କେଜ୍ରିଓ୍ବାଲଙ୍କ ଜାମିନକୁ ନେଇ CJIଙ୍କୁ ଚିଠି; ହାଇକୋର୍ଟ ଜଜ୍‌ଙ୍କ ଉପରେ ପ୍ରଶ୍ନ ଉଠାଇଲେ ୧୫୦ ଓକିଲ

Published By : Prameya-News7 Bureau | July 06, 2024 IST

ନୂଆଦିଲ୍ଲୀ: କେଜ୍ରିଓ୍ବାଲଙ୍କୁ ଜାମିନ୍ ନମିଳିବା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟର ୧୫୦ରୁ ଅଧିକ ଆଇନଜୀବୀ । ଏନେଇ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି. ଓ୍ବାଇ ଚନ୍ଦ୍ରଚୂଡ଼ଙ୍କୁ ଏକ ଚିଠି ଲେଖିଛନ୍ତି । ଏଥିରେ ଉଲ୍ଲେଖ ରହିଛି, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ନିମ୍ନ ଅଦାଲତ କେଜ୍ରିଓ୍ବାଲଙ୍କୁ ଜାମିନ୍ ପ୍ରଦାନ କରିଥିଲେ ମଧ୍ୟ ଦିଲ୍ଲୀ ହାଇକୋର୍ଟ ଏହା ଉପରେ ରୋକ୍ ଲଗାଇଛନ୍ତି । ହେଲେ ଏହା ଉପରେ ଶୀଘ୍ର ରାୟ ପ୍ରକାଶ କରିବା ବଦଳରେ ତାରିଖ ଗଡ଼ାଇ ଚାଲିଛନ୍ତି ।  

ଆଇନଜୀବୀଙ୍କ ଏହି ପ୍ରତିନିଧି ମଣ୍ଡଳ ଚିଠିରେ ଏହା ମଧ୍ୟ ଲେଖିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଜାମିନ୍ ରୋକ୍ ଲଗାଇଥିବା ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ସୁଧୀର କୁମାର ଜୈନଙ୍କୁ ମାମଲାରୁ ହଟାଇବା ପାଇଁ ସିଜେଆଇଙ୍କୁ ନିବେଦନ କରିଛନ୍ତି । କାରଣ ଜଷ୍ଟିସ୍ ସୁଧୀର କୁମାରଙ୍କ ଭାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଲିଗାଲ୍ ଆଡଭାଇଜର ଅଛନ୍ତି । ଚିଫ୍ ଜଷ୍ଟିସଙ୍କୁ ଦିଆଯାଇଥିବା ଚିଠିରେ ନିବେଦନ କରାଯାଇଛି, ଏଏସଜେ ନ୍ୟାୟ ବିନ୍ଦୁ ଦ୍ବାରା ଅରବିନ୍ଦ କେଜ୍ରିଓ୍ବାଲଙ୍କ ପାଇଁ ଜାମିନ୍ ଆଦେଶ ପାରିତ ଦେବାର ତୁରନ୍ତ ପରେ ରାଉଜ୍ ଆଭେନ୍ୟୁ କୋର୍ଟର ଜିଲ୍ଲା ଜଜ୍‌ଙ୍କ ଦ୍ବାରା ଏକ ଅନ୍ତରୀଣ ପ୍ରଶାସନିକ ଆଦେଶ ଜାରି କରାଯାଇଛି । ଯେଉଁଥିରେ ସମସ୍ତ ଅବକାଶ ଅଦାଲତଙ୍କୁ ନିର୍ଦ୍ଦେଶ କରାଯାଇଛି, କି ସେମାନେ କୌଣସି ଅନ୍ତିମ ଅଦେଶ ପାରିତ କରିବେ ନାହିଁ , କେବଳ ନୋଟିସ୍ ଜାରି କରିବେ ।  

ସିଜେଆଇଙ୍କୁ ଦିଆଯାଇଥିବା ଚିଠିରେ ପ୍ରାୟ ୧୫୭ଜଣ ଆଇନଜୀବୀ ହସ୍ତାକ୍ଷର କରିଛନ୍ତି । ଏଥିରେ ନିବେଦନରେ ଆମ୍ ଆଦମୀ ପାର୍ଟିର ନୀତି ପ୍ରକୋଷ୍ଠର ଓକିଲ ସଞ୍ଜୀବ ନାସିୟାର ହସ୍ତାକ୍ଷର ମଧ୍ୟ ରହିଛି । ଏହି ନିବେଦନ ଏଥିପାଇଁ ଗୁରୁତ୍ବପୂର୍ଣ୍ଣ କାରଣ ଅବକାଶକାଳୀନ ନ୍ୟାୟଧୀଶ ନ୍ୟାୟ ବିନ୍ଦୁ ଦ୍ବାରା ଜୁନ ୨୦ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମଦ ନୀତି ମାମଲାରେ  ଜାମିନ୍ ପ୍ରଦାନ କରିଥିଲେ । ହେଲେ ଇଡି ଏହାକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ଉଚ୍ଚ ଅଦାଲତ ଜାମିନ୍ ଉପରେ ରୋକ୍ ଲଗାଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.