ନୂଆଦିଲ୍ଲୀ: ୟୁଏଇରେ ଏକ ହତ୍ୟା ମାମଲାରେ ଦୁଇ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ବୈଦେଶିକ ମନ୍ତ୍ରଣାଳୟ ସେମାନେ ଦୁହେଁ କେରଳ ବାସିନ୍ଦା ମହମ୍ମଦ ରିନାଶ ଏ ଏବଂ ମୁରଲୀଧର ପିଭି। ୟୁଏଇର ଜଣେ ନାଗରିକଙ୍କୁ ହତ୍ୟା କରିବା ପାଇଁ ରିନାଶଙ୍କୁ ଏହି ଦଣ୍ଡ ଦିଆଯାଇଥିଲା। ସେ
ଏକ ଟ୍ରାଭେଲ ଏଜେନ୍ସିରେ କାମ କରୁଥିଲେ ସେଠାରୁ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ଏହି ଅପରାଧରେ ମୁରଲୀଧରନ ସହଯୋଗ କରିଥିବାରୁ ତାଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦିଆଯାଇଥିଲା।
ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ୟୁଏଇ ଫେବୃଆରୀ ୨୮ ତାରିଖରେ ଭାରତୀୟ ଦୂତାବାସକୁ ଏ ବିଷୟରେ ଜଣାଇଥିଲା। ଏହା ପରେ ଭାରତୀୟ ଦୂତାବାସ ପରିବାର ସହିତ ଯୋଗାଯୋଗ କରିଥିଲା। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି ପରିପ୍ରେକ୍ଷୀରେ ଉଭୟ ପରିବାରକୁ ସମସ୍ତ ଆବଶ୍ୟକୀୟ କନସୁଲାର ଏବଂ ଆଇନଗତ ସହାୟତା ଯୋଗାଇ ଦିଆଯାଇଛି।
ଫାଶୀ ଦେବା ପୂର୍ବରୁ ଭାରତ ସରକାର ମୃତ୍ୟୁଦଣ୍ଡ ପାଇଥିବା ଏହି ଦୁଇ ଦୋଷୀଙ୍କୁ ଦଣ୍ଡ କମ୍ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହୋଇନଥିଲେ। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଭାରତୀୟ ଦୂତାବାସ ମଧ୍ୟ ଏହି ସମ୍ପର୍କରେ ଏକ ‘ଦୟା ଏବଂ କ୍ଷମା’ ଆବେଦନ ଦାଖଲ କରିଥିଲା, କିନ୍ତୁ UAEର ସୁପ୍ରିମକୋର୍ଟ ଦଣ୍ଡାଦେଶକୁ ବଜାୟ ରଖିଥିଲେ।
ସେମାନଙ୍କର ଦୟା ଏବଂ କ୍ଷମା ଆବେଦନ ଖାରଜ ହେବା ପରେ, ଉଭୟଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ବର୍ତ୍ତମାନ ମୃତକଙ୍କ ପରିବାରବର୍ଗଙ୍କ ଅନ୍ତିମ ସତ୍କାର ସାମିଲ କରିବାକୁ ପ୍ରୟାସ କରୁଛି ଦୂତାବାସ। ଏହା ପୂର୍ବରୁ, ଫେବୃଆରୀ ୧୫ ତାରିଖରେ ଉତ୍ତର ପ୍ରଦେଶର ଜଣେ ମହିଳାଙ୍କୁ ଆବୁଧାବିରେ ଭ୍ରୁଣ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା।