‘ପଣବନ୍ଦୀଙ୍କୁ ତୁରନ୍ତ ମୁକ୍ତ କର, ନହେଲ ମୃତ୍ୟୁ ନିଶ୍ଚିତ’; ହମାସ ସଂଗଠନକୁ ଟ୍ରମ୍ପଙ୍କ ଅନ୍ତିମ ଚେତାବନୀ

Published By : Prameya-News7 Bureau | March 06, 2025 IST

ନୂଆଦିଲ୍ଲୀ: ଶୁଳ୍କ ଯୁଦ୍ଧ ପରେ ଆମେରିକାର ଇସ୍ରାଏଲ ଏଜେଣ୍ଡା । ଆତଙ୍କୀ ସଂଗଠନ ହମାସକୁ ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ଚେତାବନୀ । ଇସ୍ରାଏଲ ବନ୍ଧକଙ୍କୁ ତୁରନ୍ତ ଫେରାଇବାକୁ କହିଛନ୍ତି ଆମେରିକା ରାଷ୍ଟ୍ରପତି । ଯଦି ପଣବନ୍ଦୀଙ୍କୁ ମୁକ୍ତ ନକରନ୍ତି ତେବେ ଗାଜାରେ ତାଣ୍ଡବ ରଚିବ ଆମେରିକା । ପୂରା ଗାଜାକୁ ଧ୍ବଂସସ୍ତୁପରେ ପରିଣତ କରିଦିଆଯିବ । ଆତଙ୍କ ସଂଗଠନକୁ ସଫା କରି ଦିଆଯିବ । ସେମାନଙ୍କ ମୃତ୍ୟୁ ସୁନିଶ୍ଚିତ ବୋଲି କହିଛନ୍ତି ଡୋଲାନ୍ଡ ଟ୍ରମ୍ପ। ସୋସିଆଲ ମିଡିଆ ଆକାଉଣ୍ଟରେ ଏନେଇ ଅଲ୍‌ଟି ମେଟମ୍ ଦେଇଛନ୍ତି ।

ଟ୍ରୁଥ୍‌ରେ ଟ୍ରମ୍ପ ଲେଖିଛନ୍ତି, ସମସ୍ତ ବନ୍ଧକଙ୍କୁ ଏବେ ମୁକ୍ତ କରିବା ସହ ହତ୍ୟା କରିଥିବା ଲୋକଙ୍କ ମୃତଦେହକୁ ତୁରନ୍ତ ଫେରାଇ ଦିଅ। ନଚେତ୍ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ । କେବଳ ମାନସିକ ବିକୃତ ଲୋକମାନେ ମୃତଦେହକୁ ନିଜ ପାଖରେ ରଖନ୍ତି, ତାହା ବି ପ୍ରମାଣ ଦେବାକୁ ପଡ଼ିବ ବୋଲି ଟ୍ରମ୍ପ କହିଛନ୍ତି । ଆତଙ୍କବାଦୀଙ୍କୁ ଗାଜା ଛାଡ଼ି ଚାଲିଯିବାକୁ ଚେତାବନୀ ଦେଇଛନ୍ତି । ଇସ୍ରାଏଲକୁ କାମ ସମାପ୍ତ କରିବାକୁ ଯାହା ଆବଶ୍ୟକ ଅସ୍ତ୍ରଶସ୍ତ୍ର ତାହା ପଠାଉଛି, କଥା ନଶୁଣିଲେ ଜଣେ ବି ହମାସ ସଦସ୍ୟ ବଞ୍ଚିବେ ନାହିଁ ବୋଲି କଡ଼ା ଚେତାବନୀ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । 

ଆମେରିକା ରାଷ୍ଟ୍ରପତିଙ୍କ ଏହି  ଟିପ୍ପଣୀ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଚେତାବନୀ ଆସିଛି । ସେ କହିଥିଲେ , ଆକ୍ଟୋବର ୭ ତାରିଖରେ ହମାସ ପଣବନ୍ଦୀ କରି ରଖିଥିବା ଇସ୍ରାଏଲୀଙ୍କୁ ମୁକ୍ତ ନକଲେ, ପରିଣାମ ଅତି ଭୟଙ୍କର ହେବ ବୋଲି ସେ କହିଛନ୍ତି । ଇସ୍ରାଏଲ୍ ଲାଗୁ ହୋଇଥିବା ପ୍ରଥମ ଚରଣ ସିଜ୍‌ଫାୟାରକୁ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଚାହୁଁଛି  । ପଣବନ୍ଦୀ ମୁକ୍ତ ନହେଲେ ସ୍ଥିତି ଅତି ଖରାପ ହେବ ବୋଲି ନେତାନ୍ୟାହୁ କହିଥିଲେ । ....  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.