କଟକ ୧୬।୧: ମନଇଚ୍ଛା କମ୍ପୋଷ୍ଟ ସେଣ୍ଟର ତିଆରି କରି ଅକଳରେ ପଡିଛି ସିଏମସି ପ୍ରଶାସନ । କଟକ ସହରରେ ଥିବା ୧୩ଟି ମାଇନର କମ୍ପୋଷ୍ଟ ସେଣ୍ଟର (MCC) ମଧ୍ୟରୁ ୨ଟି ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେଲେଙ୍ଗା ବଜାର ସ୍ଥିତ ରଘୁନାଥଜୀଉ ମନ୍ଦିର ପଛରେ ଥିବା MCC ଏବଂ ସତୀଚଉରା MCC ରେ ଶୁକ୍ରବାର ଠାରୁ ଆଉ ଆବର୍ଜନା ନପକାଇବା ଲାଗି ସିଏମସିକୁ ନିର୍ଦ୍ଦେଶ ହୋଇଛି ।
ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ପାଇଁ କଟକ ମହାନଗର ନିଗମ ପକ୍ଷରୁ ସହର ଭିତରେ ୧୩ଟି MCC ଗଠନ କରାଯାଇଛି । କିନ୍ତୁ ଅନେକ ସ୍ଥାନରେ MCC ଯୋଗୁଁ ଜନଜୀବନ ଖୁବ୍ ପ୍ରଭାବିତ ହେଉଛି । MCCରୁ ଉପୁଜୁଥିବା ଦୁର୍ଗନ୍ଧ କାରଣରୁ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟହାନୀ ହେଉଛି । ତେବେ ବିକଳ୍ପ ବ୍ୟବସ୍ଥା କରିବା ଲାଗି ସିଏମସି କର୍ତ୍ତୃପକ୍ଷ ମହଲତ ଲୋଡିଛନ୍ତି । ଯାହାକୁ ମଞ୍ଜୁରୀ ଦେଇଛନ୍ତି ହାଇକୋର୍ଟ । କିନ୍ତୁ ଶୁକ୍ରବାର ଠାରୁ ଏହି ୨ଟି MCCରେ ଆଉ ଆବର୍ଜନା ପଡିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
You Can Read:
ଜାନୁଆରୀରୁ ପଦ୍ମ ବିଜେତାଙ୍କୁ ମିଳିବ ସମ୍ମାନସୂଚକ ସହାୟକ ରାଶି, ମାସିକ ପାଇବେ ୩୦ହଜାର ଟଙ୍କା