ଭୁବନେଶ୍ବର ୨୩।୧: ଶ୍ରୀଜଗନ୍ନାଥଙ୍କ ମାମୁ ଘର ଭାବେ ବିଦିତ ନିଆଳିର ଶ୍ରୀ ଶ୍ରୀ ମାଧବାନନ୍ଦଜୀଉଙ୍କ ପୀଠକୁ ଗଡ଼ିଛି ‘ମୋ ବସ୍’ । ପୂର୍ବରୁ ଭୁବନେଶ୍ୱରରୁ ନିଆଳି ମାଧବ ପର୍ଯ୍ୟନ୍ତ ‘ମୋ ବସ୍’ ଚାଲିଥିବା ବେଳେ ଜାନୁଆରୀ ୨୩ରୁ ସିଡିଏ -୭, କଟକ ମର୍କତ ନଗରରୁ ମାଧବକୁ ଗଡିଛି ‘ମୋ ବସ୍’ ।
ଏହି ‘ମୋ ବସ୍’ ଚଳାଚଳ କରିବା ଦ୍ୱାରା ବହୁ ସଂଖ୍ୟାରେ ଯାତ୍ରୀ ଓ ପର୍ଯ୍ୟଟକ ଉପକୃତ ହୋଇପାରିବେ । କଟକରୁ ମାଧବ ୮୪ ନମ୍ବର ରୁଟ୍ରେ ଏହା ପ୍ରତିଦିନ ଚଳାଚଳ କରିବ ବୋଲି CRUT ପକ୍ଷରୁ ସୂଚିତ ତାଲିକାରେ ଦର୍ଶାଯାଇଛି ।
ନିଆଳି ମାଧବ ପୀଠ ପ୍ରାଚୀ ଅଞ୍ଚଳର ଏକ ପ୍ରମୁଖ ଆଧ୍ୟାତ୍ମିକ ପୀଠ ଓ ପର୍ଯ୍ୟଟନସ୍ଥଳ ହୋଇଥିବାରୁ ‘ମୋ ବସ୍’ ଚାଲିବା ଦ୍ୱାରା ବହୁସଂଖ୍ୟାରେ ଯାତ୍ରୀ, ପର୍ଯ୍ୟଟକ ଓ ଦର୍ଶନାର୍ଥୀ ଏଠାକୁ ଯାତାୟତ କରିପାରିବେ । ଆରମ୍ଭ ଦିନରେ ଏହି ବସ୍ ମାଧବ ଠାରେ ପହଞ୍ଚିବା ପରେ ପୂଜାର୍ଚ୍ଚନା ପୂର୍ବକ ଏହାକୁ ସ୍ୱାଗତ କରାଯାଇଥିଲା । ଏହି ଅବସରରେ କୈଳାସ ଚନ୍ଦ୍ର ପାଣି, କୃଷ୍ଣଚନ୍ଦ୍ର ପୁଷ୍ପାଳକ, ଭାସ୍କର ପୁଷ୍ପାଳକ, ବିଶ୍ୱକଲ୍ୟାଣ ପୁଷ୍ପାଳକ, ପ୍ରଭାକର ଦିକ୍ଷିତ, ପୀତାମ୍ବର ରାଉତ ଓ ସଞ୍ଜୟ ପୁଷ୍ପାଳକ ପ୍ରମୁଖ ଉପସ୍ଥିତ ଥିଲେ ।
You Can Read:
ବିରୋଧୀ ଦଳର କଣ୍ଠରୋଧ ନକରି ସରକାରୀ ଦଳକୁ ପ୍ରାଧାନ୍ୟ ଦେଲେ ହଟ୍ଟଗୋଳ ହେବ : ପ୍ରତାପ ଦେବ