କଟକ: ଆମ୍ବ ଟାକୁଆ ଖାଇ ଗୁରୁତର ହୋଇପଡ଼ିଥିବା ୨ ମହିଳାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି। ଦାରିଙ୍ଗବାଡ଼ିର ଦୁଇ ମହିଳା ଦୁଇ ଗୁରୁତର ଜୀତା ମାଝୀ ଓ ଟୁନି ମାଝୀଙ୍କୁ ଗତକାଲି ଏସସିବି ସ୍ଥାନାନ୍ତର କରାଯାଇଥିଲା। ତେବେ ସୋମବାର ଏସସିବି ଯାଇ ଉଭୟଙ୍କୁ ଭେଟିବା ସହ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ଏହା ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ମେଡିକାଲ ପକ୍ଷରୁ ଗୁରୁତରଙ୍କୁ ସମସ୍ତ ପ୍ରକାର ଉନ୍ନତ ଚିକିତ୍ସା ଦିଆଯାଉଛି। ସ୍ବତନ୍ତ୍ର ଡାକ୍ତରୀ ଟିମ୍ ସେମାନଙ୍କ ଚିକିତ୍ସା କରୁଛନ୍ତି। ଡାକ୍ତରମାନେ ସମସ୍ତ ପ୍ରୟାସ କରୁଛନ୍ତି। ଆଗକୁ ଆମ୍ବ ଟାକୁଆ ନଖାଇବା ପାଇଁ ସେମାନଙ୍କୁ ସଚେତନ କରାଯିବ।
ସେହିଭଳି ଚିକିତ୍ସା କରୁଥିବା ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଆକ୍ରାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଅଛନ୍ତି। ସେମାନଙ୍କ ଲିଭର୍, କିଡନୀ କାମ କରୁନାହିଁ। ଆକ୍ରାନ୍ତଙ୍କ ଡାଏଲିସିସ ସହ ବିଭିନ୍ନ ପରୀକ୍ଷା କରିବା ସହ ଚିକିତ୍ସା କରାଯାଉଛି। ଏସସିବିର ମେଡିସିନ୍, ହେପାଟୋଲୋଜି ଏବଂ କ୍ରିଟିକାଲ କେୟାର ବିଭାଗର ମିଳିତ ଡାକ୍ତରୀ ଟିମ୍ ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି।