ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୬ ସାଙ୍ଗ, ୨ ଜଣଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | April 24, 2025 IST

କଟକ ୪/୪: ଚିନ୍ତା ବଢାଉଛି ପାଣିରେ ବୁଡି ପ୍ରାଣହାନୀ ମାମଲା । ପ୍ରତିବର୍ଷ ନଈସୂଅରେ ଚାଲିଯାଉଛି ଅମୂଲ୍ୟ ଜୀବନ । କେବେ ପୁରୁଷ କେବେ ମହିଳା । କେବେ ଛୋଟ ପିଲା ତ କେତେବେଳେ ଭେଣ୍ଡିଆ । ପ୍ରତିଦିନ ଏମିତି ଅନେକ ଜୀବନ ସଲିଳ ସମାଧି ହେଉଥିବା ଖବର ସାମ୍ନାକୁ ଆସୁଛି । ଗୁରୁବାର କଟକ ଶିଖରପୁର ଠାରେ ମହାନଦୀରେ ବୁଡିଯାଇଛନ୍ତି ୨ ଜଣ । 


ଦିନ ପ୍ରାୟ ୨ଟା ସମୟ ।  ଯୋବ୍ରା ଅଞ୍ଚଳର ୬ଜଣ ଯୁବକ ନଦୀକୁ ଗାଧୋଇବାକୁ ଆସିଥିଲେ । ତେବେ ଗାଧୋଉ ଗାଧୋଉ ୩ ଜଣ ପାଣି ସୁଅରେ ଭାସିଯାଇଥିଲେ । ଗାଁ ଲୋକଙ୍କ ଠାରୁ ଖବର ପାଇ  ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ଓ ପୋଲିସ । ସ୍ଥାନୀୟ ଲୋକେ ଜଣେ ଯୁବକଙ୍କୁ ଜୀବନ୍ତ ଉଦ୍ଧାର କରିଥିବାବେଳେ ଆଉ ୨ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ । ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବାବେଳେ ଜଣେ ସାବାଳକ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛନ୍ତି । ନଦୀରେ ଗାଧୋଇବାକୁ ଯିବାବେଳେ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ ।


 

 

  • cuttack
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.