ଲଞ୍ଚ ହେଲା Kawasaki Ninja 1100SXର ଅପଗ୍ରେଡ ଭର୍ସନ, ଦମଦାର ପାଓ୍ବାର ସହ ରହିଛି ଅନେକ ନୂଆ ଫିଚର୍ସ

Published By : Prameya-News7 Bureau | December 18, 2024 IST

ନୂଆଦିଲ୍ଲୀ: କାଓ୍ବାସାକି ମୋର୍ଟସ ଇଣ୍ଡିଆ ଦେଶରେ ନୂଆ ୨୦୨୫ ନିଞ୍ଜା ୧୧୦୦ଏସଏକ୍ସ ସ୍ପୋର୍ଟସ ଟୁଅର ବାଇକ ଲଞ୍ଚ କରିଛି। ଏହି ବାଇକ ସହ କମ୍ପାନି ସ୍ପୋର୍ଟସ ଟୁଅରର ମଡେଲର ୫ମ ଜେନେରେସନରେ ଏଣ୍ଟ୍ରି କରିଛି। ବାଇକର ଦାମ ଏକ୍ସ ଶୋରୁମ ଦାମ୍‌ ୧୩.୪୯ ଲକ୍ଷ ରହିଥିବାବେଳେ ନୂଆ ମଡେଲରେ ରହିଛି ପୂର୍ବ ମଡେଲ ତୁଳନାରେ ଢେର ସାରା ନୂଆ ଫିଚର। ଆସନ୍ତୁ ଜାଣିବା...

୨୦୨୫ କାଓ୍ବାସାକି ନିଞ୍ଜା ୧୧୦୦ଏସଏକ୍ସ ସ୍ପୋର୍ଟସ ଟୁଅରର ୫ମ ଜେନେରେସନରେ ଏବେ ଗ୍ରାହକଙ୍କୁ ମିଳିବ ୧୦୯୯ ସିସି ଇନଲାଇନ ୪ସିଲିଣ୍ଡର, ଲିକ୍ବିଡ କୁଲ୍ ଇଞ୍ଜିନ । ଯାହା ପୂର୍ବ ମଡେଲରେ ଥିବା ୧୦୪୩ ସିସି ମୋଟର ଠାରୁ ବଡ଼। ଏହି ଇଞ୍ଜିନ ୧୩୫ବିଏଚପିର ପାଓ୍ବାର ଏବଂ ୧୧୩ ଏନଏମର ଟର୍କ ଉତ୍ପନ୍ନ କରିଥାଏ। 

ଅବଶ୍ୟ ବାଇକର ଡିଜାଇନ ଏବଂ ଚେସିସରେ କୌଣସି ବିଶେଷ ପରିବର୍ତ୍ତନ କରାଯାଇନାହିଁ। ତଥାପି ବାଇକରେ ନୂଆ ଏବଂ ବଡ଼ ରିୟର ଡିସ୍କ ବ୍ରେକ, ବେମ୍ବେ୍ର ମୋନୋବ୍ଲକ ୪.୩୨ କେଲିପର୍ସ, ୪୧ ଏମଏମର ଆଡଜଷ୍ଟେବୁଲ ୟୁଏସଡି ଶୋବା ଫ୍ରଣ୍ଟ ଫୋର୍କସ ଆଦି ମଧ୍ୟ ଦେଖିବାକୁ ମିଳିବ। ଏହା ବାଦ ଅପଗ୍ରେଡ ଭାରିଆଣ୍ଟରେ କ୍ବିକସିଫ୍ଟରକୁ ଅପଡେଟ କରାଯାଇଛି। ଯାହା ବାଇକକୁ ଧୀମା କରିବାପାଇଁ ଗିୟର ସିଫ୍ଟକୁ ଆହୁରି ସହଜ ହେବ। ଅନ୍ୟ ସବୁ ପରିବର୍ତ୍ତନ ମଧ୍ୟରେ ରହିଛ ନୂଆ ହ୍ୟାଣ୍ଡେଲବାର-ମାଉଣ୍ଟେଡ ୟୁଏସବି ଟାଇପ ସି ଆଉଟଲେଟ ଏବଂ ସ୍ମାର୍ଟଫୋନ କନେକ୍ଟିଭିଟି ସହ ଭଏସ କମାଣ୍ଡ ମଧ୍ୟ ସାମିଲ ରହିଛି।

କାଓ୍ବାସାକି ନିଞ୍ଜା ୧୧୦୦ଏସଏକ୍ସର ଅନ୍ୟ ଫିଚର୍ସ

ଅନ୍ୟ ଫିଚର୍ସରେ ବାଇକରେ ୪.୩ ଇଞ୍ଚର ଟିଏଫଟି ଡିସପ୍ଲେ, ପାଓ୍ବାର ମୋଡ୍, ଟ୍ରାକ୍ସନ କଣ୍ଟ୍ରୋଲ, ଏବିଏସ, କ୍ରୁଜ କଣ୍ଟ୍ରୋଲ ଭଳି ଅନେକ ଫିଚର୍ସ ରହିଛି। ନୂଆ ଭାରିଆଣ୍ଟକୁ ମେଟାଲିକ ମ୍ୟାଟ ଗ୍ରାଫାଇଟ ଷ୍ଟ୍ରିଲ ଗ୍ରେ ଏବଂ ମେଟାଲିକ୍ ଡାଏବ୍ଲୋ ବ୍ଲାକ୍ କଲର୍ ସ୍କିମ‌ରେ ଦେଖିବାକୁ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.