୨୪ତମ କାଠବାଉଁଶୂଳି ଜାତୀୟ ସ୍ତରୀୟ କ୍ରିକେଟ୍ ପ୍ରିମିୟମ ଲିଗ୍ ଉଦଯାପିତ, ଅସୁରୀୟାକୁ ହରାଇ ରାଉଲକେଲା ଚାମ୍ପିଅନ

Published By : Prameya-News7 Bureau | January 06, 2025 IST

କେନ୍ଦୁଝର: ଉଦ୍‌ଯାପିତ ହୋଇଛି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ପଞ୍ଚାୟତ କାଠବାଉଁଶୂଳି ନେତାଜୀ ବିକାଶ କମିଟି ଆନୁକୁଲ୍ୟରେ ୨୪ ତମ ଜାତୀୟ ସ୍ତରୀୟ ୧୬ ଦଳୀୟ ବିଶିଷ୍ଟ କ୍ରିକେଟ୍ ପ୍ରିମିୟମ ଲିଗ୍ । ଉଦଯାପନୀ ଦିବସର ଫାଇନାଲ ମ୍ୟାଚରେ ଇରଫାନ କ୍ଲବ୍ ରାଉଲକେଲା ଏବଂ ଏସସିଏସ କ୍ଲବ ଅସୁରୀୟା ମଧ୍ୟରେ ଦେଖିବାକୁ ମିଳିଥିଲା କଡ଼ା ଟକ୍କର। 

ଅସୁରୀୟା ଟିମ୍‌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଅଭରରେ ୭ ୱିକେଟ୍ ହରାଇ ୧୪୩ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ରାଉଲକେଲା ୧୪୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୪.୧ ଅଭରରେ ୭ ୱିକେଟ୍ ହରାଇ ୧୪୪ ରନ୍‌ କରି ତିନି ୱିକେଟରେ ବିଜୟ ହୋଇ ଚଳିତ ବର୍ଷ ଚାମ୍ପିଅନ ହୋଇଛି । ବିଜୟ ଦଳ ପକ୍ଷରୁ ଆକମୋଲ ବାବୁ ୧୪ ବଲରେ ୨୯ ରନ କରିଥିବାରୁ ମ୍ୟାନ ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

ସେହିପରି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ବିକି ବାବୁ ମ୍ୟାନ ଅଫ ଦି ସିରିଜ୍ ବିବେଚିତ ହୋଇଛନ୍ତି। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଅନ୍ୟମାନଙ୍କ ମଧ୍ୟରେ ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ପୂର୍ବତନ ବିଜେପି ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ, ସଦର ନିର୍ବାଚନଣ୍ଡଳୀର ସଂଯୋଜକ ବିବେକାନନ୍ଦ ମହାନ୍ତ, ବିଜେପି ଜିଲ୍ଲା ସମ୍ପାଦକ ହେମାରଞ୍ଜନ ବାରିକ,ଉପସଭାପତି ଗଣେଶ୍ଵର ମହାନ୍ତ, ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ଅନିଦ୍ୟ ବେହେରା, ଅଭିନେତ୍ରୀ ଶିବାନୀ ସଂଗୀତା, ସୂର୍ଯ୍ୟମୟୀ ମହାପାତ୍ର, ଅଭିନେତା ମିଟୁ ମିଥୁନ ପ୍ରମୁଖ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଚାମ୍ପିଅନ ଦଳ ରାଉଲକେଲାକୁ ନଗଦ ଏକ ଲକ୍ଷ ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ।

ସେହିପରି ଉପ ବିଜେତା ଅସୁରୀୟାକୁ ନଗଦ ୭୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଛନ୍ତି ଅତିଥି। ଏହି ପ୍ରତିଯୋଗିତା ନେତାଜୀ ବିକାଶ କମିଟି ସଭାପତି ଜଗନ୍ନାଥ ମୋଦିଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଥିବାବେଳେ ଖେଳରେ ଅମ୍ପାୟାର ଦିବ୍ୟରଞ୍ଜନ ରଣା, ସୁଶାନ୍ତ କୁମାର ପଣ୍ଡା, ଖେଳ ପରିଚାଳନା କରିଥିଲେ। ଓଡ଼ିଆ ହିନ୍ଦୀ ଭାଷାରେ ଜାଫୁଲା ଆନସାରୀ, ଗୋଲକ ମହାନ୍ତଙ୍କ ଦ୍ଵାରା ଧାରା ବିବରଣୀ ପ୍ରଦାନ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.