ଏକାଦଶାହ ଭୋଜି ଖାଇ ଡାଇରିଆରେ ୩ ମୃତ, ୨୦ ଆକ୍ରାନ୍ତ

Published By : Prameya-News7 Bureau | September 20, 2024 IST

ବାରିପଦା ୨୦/୦୯: ବାରିପଦା ବଡସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତର 'ଆଲବନ୍ଧ ବାଥୁଡି ସାହି'ରେ ଅଘଟଣ । ଏକାଦଶାହ ଭୋଜି ଖାଇ ଡାଇରିଆରେ ୩ ମୃତ, ୨୦ ଆକ୍ରାନ୍ତ । ଅସୁସ୍ଥମାନଙ୍କୁ ବାରିପଦା ପିଆରଏମ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ଘଟଣା ସ୍ଥଳରେ ମେଡିକାଲ ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରାଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସୂଚନା । 

ମୃତକ ମାନେ ହେଲେ ଆଲବନ୍ଧ ଗ୍ରାମର ରାଜକିଶୋର ନାଏକ, କରଞ୍ଜିଆର ନିଦ୍ରାବତୀ ନାଏକ, ଓ ଚଉଳିଆଶୋଳ ଗ୍ରାମର ଜଣେ ନାବାଳକ ମଧ୍ୟ ଅଛନ୍ତି। ଗତ ୧୬ ତାରିଖରେ ନିକଟସ୍ଥ ବାଥୁଡ଼ି ସାହିରେ ଜଣେ ସମ୍ପର୍କୀୟଙ୍କ ଘରେ ସମସ୍ତେ ଏକାଦଶାହ ଭୋଜିରେ ମାଛଭାତ ଖାଇବା ପରେ କୂଅ ପାଣି ପିଇଥିଲେ । 

ସେଠାରୁ ଆସିବା ପରେ ଜଣକ ପରେ ଜଣେ ଝାଡାବାନ୍ତିରେ ଆକ୍ରାନ୍ତ ହେଲେ । ତେବେ ସେହି ଦିନଠାରୁ କିଛି କିଛି ଡାକ୍ତରଖାନାରେ ଚିକିତ୍ସା ହେଇ ଘରକୁ ଫେରିଥିବା ବେଳେ ଅନ୍ୟ କିଛି ଜଣ ସିକିତ୍ସିତ ହେଉଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.