ଭରତପୁର ମାମଲା: କାଲି ରାଜଭବନ ସାମ୍ନାରେ ବିକ୍ଷୋଭ କରିବ ବିଜେଡି,ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦେବ ସ୍ମାରକ ପତ୍ର

Published By : Prameya-News7 Bureau | September 20, 2024 IST

ଭୁବନେଶ୍ବର ୨୦/୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ଅସଦାଚରଣ ମାମଲା ଏବେ ରାଜ୍ୟର ହଟ୍‌ ଟପିକ । ଉଠୁଛି ପଡୁଛି ରାଜଧାନୀ । ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ଶନିବାର ରାଜଭବନ ସାମ୍ନାରେ ବିକ୍ଷୋଭ କରିବ ବିଜେଡି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦେବ ସ୍ମାରକ ପତ୍ର । ଏ ସଂପର୍କରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ବିଜେଡି ।

ପୂର୍ବତନ ସେନା ଅଧିକାରୀ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ଯଦି ଆକ୍ସନ ନିଆଯାଇଥାନ୍ତା ଆଜି ଭରତପୁର ଘଟଣା ସାମ୍ନାକୁ ଆସି ନଥାନ୍ତା । ଜଣେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କ ସହିତ ଯଦି ରାଜଧାନୀର ଥାନା ଭିତରେ ଏମିତି ଘଟଣା ଘଟୁଛି ତେବେ ଅନ୍ୟ ଥାନା ମାନଙ୍କରେ କଣ ହେଉଥିବ ତାହା ସନ୍ଦେହ।  ବିଜେପି ସରକାର ୧୦୦ ଦିନ ମଧ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗ ରହିଛି କି ନାହିଁ ? ବୋଲି ପ୍ରଶ୍ନ କରିଛି ଦଳ । 

ବିଜେଡି ଆହୁରି କହିଛି ଭରତପୁର ଥାନା ଭିତରେ ଆମ ସରକାର ସମୟରେ ସିସିଟିଭି ଲାଗିଥିଲା । କିନ୍ତୁ ବର୍ତ୍ତମାନ ପୋଲିସ କହୁଛି ସିସିଟିଭି ଇନଷ୍ଟଲ ହୋଇନଥିଲା । ଘଟଣାରୁ ଲାଗୁଛି ପୋଲିସ ଏହି ଘଟଣାକୁ ଲିପାପୋତି କରିବାକୁ ଚେଷ୍ଟା କରୁଛନ୍ତି । ମୁଖ୍ୟମନ୍ତ୍ରୀ ଘଟଣାକୁ ଘଣ୍ଟ ଘୋଡାଉଥିବା ସଂଗୀନ ଅଭିଯୋଗ ଆଣିଛି ବିଜେଡି । ସେପଟେ କିଛି ସମୟ ପୂର୍ବରୁ ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ବିଚାରବିଭାଗୀୟ ତଦନ୍ତ ଦାବି କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.