ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ଓ ପିଆର୍‌ସିଆଇର ମିଳିତ ସହଯୋଗରେ ଜାତୀୟ କର୍ମଶାଳା ଆୟୋଜିତ

Published By : Prameya-News7 Bureau | September 17, 2024 IST

ଭୁବନେଶ୍ୱର ୧୭/୯: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ), ଭୁବନେଶ୍ଵର ଏବଂ ପବ୍ଲିକ ରିଲେସନ୍‌ କାଉନସିଲ ଅଫ୍ ଇଣ୍ଡିଆ (ପିଆର୍‌ସିଆଇ)ର ମିଳିତ ସହଯୋଗରେ ‘ରିଡିଫାଇନିଂ ପବ୍ଲିକ ରିଲେସନ୍‌ ଇନ୍ ଦି ଚେଜିଂ ଏନ୍‌ଭର୍ଣ୍ଣମେଣ୍ଟ’ ସଂପର୍କିତ ଜାତୀୟ କର୍ମଶାଳା ଆୟୋଜନ କରାଯାଇଛି । 

ପ୍ରଦୀପ ପ୍ରଜ୍ଜଳନ କରାଯିବା ସହିତ ୟୁନିଭର୍ସିଟିର କୂଳଗୀତ ପରିବେଷଣ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ପିଆର୍‌ସିଆଇର ଅଧ୍ୟକ୍ଷ ଡଃ ଅଶୋକ କୁମାର ପଣ୍ଡା ତଥା ଜାତୀୟ କର୍ମଶାଳାର ସଂଯୋଜକ ସ୍ଵାଗତ ଭାଷଣ ଦେଇଥିବା ସହ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଓ ପିଆର୍‌ସିଆଇର ମିଶନକୁ ଆଗକୁ ବଢାଇବାରେ କନ୍‌କ୍ଳେଭର ଗୁରୁତ୍ଵ ଉପରେ ସେ ଆଲୋକପାତ କରିଥିଲେ। 

ମୁଖ୍ୟ ଅତିଥି ତଥା ବିକିୟୁ କୂଳପତି ପ୍ରଫେସର ପି.ପି. ମାଥୁର ଶିକ୍ଷା, ଯୋଗାଯୋଗ ଓ ଲୋକ ସମ୍ପର୍କ ମଧ୍ୟରେ ଥିବା ସଂଯୋଗର ପ୍ରତିଫଳନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପିଆର୍‌ସିଆଇର ବରିଷ୍ଠ କାର୍ଯ୍ୟକାରିଣୀ ସଭାପତି ଆର୍ ଏନ୍ ମହାପାତ୍ର ଲୋକ ସମ୍ପର୍କ ଉପରେ ନିଜର ଦୃଷ୍ଟିକୋଣ ବାଣ୍ଟିଥୁବା ସହ ଏହା ଉପରେ ପିଆର୍‌ସିଆଇର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପିଆର୍‌ସିଆଇର ନ୍ୟାସନାଲ ପ୍ରେସିଡେଣ୍ଟ ଗୀତା ଶଙ୍କର,ପିଆର୍‌ସିଆଇର ଚେୟାରମ୍ୟାନ ତଥା ମୁଖ୍ୟ ମେଣ୍ଟର ଏମ୍ ବି ଜୟରାମ, ବିଜିୟୁ କୁଳପତି ପ୍ରଫେସର ପି.ପି ମାଥୁର,ସ୍କୁଲ ଅଫ୍ କମ୍ୟୁନିକେସନର ଆସୋସିଏଟ ଡିନ୍ ଡଃ ଶିବ ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ। 
ମୁଖ୍ୟ ସୂଚନା କମିଶନର ଜଳଦ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୁପେ ଓ ଭୁବନେଶ୍ଵର ନିପ୍ଟ ଡାଇରେକ୍ଟର ରାଜେଶ ଝା ସମ୍ମାନୀତ ଅତିଥି ରୁପେ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଏଥିରେ ବିଜିୟୁ ରେଜିଷ୍ଟ୍ରାର ପ୍ରଫେସର ବି.କେ ଦାସ, ପିଆର୍‌ସିଆଇର ଡାଇରେକ୍ଟର ତଥା ସେକ୍ରେଟାରୀ ଡଃ ବିନୟ କୁମାର ମଧ୍ଯ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ବିଜିୟୁର ଆସିଷ୍ଟାଣ୍ଟ ପ୍ରଫେସର ଜ୍ଞାନରଞ୍ଜନ ମିଶ୍ର କନ୍‌କ୍ଳେଭର ସାରାଂଶ ପ୍ରଦାନ କରିଥିଲେ । ପିଆର୍‌ସିଆଇ ଜେନେରାଲ ସେକ୍ରେଟାରୀ ନିରାକାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.