ମଦୁଆ ଶିକ୍ଷକଙ୍କୁ ମନ୍ତ୍ରୀଙ୍କ ଚେତାବନୀ, ସ୍କୁଲକୁ ମଦ ପିଇ ଆସିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | September 18, 2024 IST

ଭୁବନେଶ୍ବର୧୮/୯: ମଦ୍ୟପ  ଶିକ୍ଷକ ସାବଧାନ । ସ୍କୁଲକୁ ମଦ ପିଇ ଆସିଲେ ହେବ କଡା ଆକ୍ସନ ।  ବିଭାଗ ନେବ କଠୋର ପଦକ୍ଷେପ । ଏମିତି କିଛି ସତର୍କ ବାଣୀ ଶୁଣାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେହିପରି ପିଲାଙ୍କୁ ସ୍କୁଲକୁ  ନେଇ ଯାଉଥିବା ବସ୍‌ର ଡ୍ରାଇଭର ମଦ ପିଇ ଗାଡି ଚଳାଇଲେ ହେବ କାର୍ଯ୍ୟାନୁଷ୍ଠାନ । ଶିକ୍ଷକମାନେ ନିଶାମୁକ୍ତ ରହିବା ନିହାତି ଦରକାର । ପାଠ ପଢାଇବା ବେଳେ ଶିକ୍ଷକ ଯଦି ମଦ ପିଇ ମାତାଲ ହୋଇ ଆସିବେ ତାହା ଶିକ୍ଷା ଉପରେ ପ୍ରଭାବ ପକାଇବ ।


ଯଦି ମାତାଲ୍ ହୋଇ ଶିକ୍ଷକ ସ୍କୁଲରେ ରହୁଛନ୍ତି ଅଘଟଣ ଘଟିବାର ସମ୍ଭାବନା ରହୁଛି। ଶିକ୍ଷା ସହ ଯୋଡ଼ି ହୋଇଥିବା କୌଣସି ବ୍ୟକ୍ତି କିମ୍ବା ଏହାର ଆଖପାଖ ଅଞ୍ଚଳ ମଦ ମୁକ୍ତ ହେବା ଦରକାର। I ସ୍କୁଲ ଛୋଟ ଛୋଟ ପିଲାଙ୍କ ସହ ଜଡ଼ିତ। ତେଣୁ ପିଲାଙ୍କୁ ନେବା ଆଣିବା କରୁଥିବା ଗାଡ଼ିର ଚାଳକ ମଦ ପିଇବା ଦୁର୍ଘଟଣା ଆଶଙ୍କା ବଢ଼ାଇଥାଏ। ତେଣୁ ବିଭାଗ କଡା ଆଭିମୁଖ୍ୟ ଗ୍ରହଣ କରିବ ବୋଲି ଚେତାଇ ଦେଇଛନ୍ତି ମନ୍ତ୍ରୀ । 


 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.