ବଦଳିବ 'ରିଲିଫ କୋଡ୍‌ ନାମ', ୭ ଦିନରେ ହେବ କ୍ଷୟକ୍ଷତି ଆକଳନ

Published By : Prameya-News7 Bureau | September 20, 2024 IST

ଭୁବନେଶ୍ବର ୨୦/୯: ଲଘୁଚାପ ଜନିତ ବର୍ଷାରେ ବେଶୀ କ୍ଷତିଗ୍ରସ୍ତ ହୋଇଛି ମାଲକାନଗିରି, ମୟୁରଭଞ୍ଜ,ସୁନ୍ଦରଗଡ,ଭଦ୍ରକ ଓ ବାଲେଶ୍ବର । ଭାଙ୍ଗିଛି କେତେ ଘର ? ନଷ୍ଟ ହୋଇଛି କେତେ ଫସଲ ? ରିପୋର୍ଟ ପ୍ରସ୍ତୁତ ପାଇଁ ଅଣ୍ଟା ଭିଡିଛି ରାଜସ୍ବ ବିଭାଗ । ୭ଦିନ ମଧ୍ୟରେ ଆକଳନ କରି କ୍ଷୟକ୍ଷତିର ରିପୋର୍ଟ ଦେବାକୁ ପ୍ରଭାବିତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ  । ରିପୋର୍ଟ ଆସିବା ମାତ୍ରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯିବ । ରିଲିଫ କୋଡର ନାମ ମଧ୍ୟ ପରିବର୍ତ୍ତନ ହେବ । ବ୍ରିଟିଶ ସମୟରୁ ଏହି ନାଁ ରହିଛି । ଆଗକୁ ରିଲିଫ ନୁହଁ ଏହାକୁ ବିପର୍ଯ୍ୟୟ ଅଧିକାର ରାଶି କୁହାଯିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.