ନୂଆଦିଲ୍ଲୀ: ସରିଛି ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫ । ବିଶ୍ୱର ଏହି ମେଗା ମୋଟର ଶୋ’ରେ ନୂଆ ନୂଆ ଗାଡ଼ି ଲଞ୍ଚ କରିଛନ୍ତି ଅନେକ କମ୍ପାନୀ । ଟୁ ହ୍ୱିଲର ଠାରୁ ଆରମ୍ଭ କରି ଲଗଜୁରୀୟସ କାର୍। ପୁଣି ଇଭି ଯାନର ବି କ୍ରେଜ୍ ରହିଥିଲା। ମାତ୍ର ଦୁଇ ଦିନରେ ୯୦ରୁ ଅଧିକ ପ୍ରଡକ୍ଟ ଲଞ୍ଚ ହୋଇଥିଲା। ଇଭାର ମିନି ସୋଲାର କାର୍ ହେଉ କିମ୍ବା ଇଲେକ୍ଟ୍ରିକ୍ ଟୁ- ହ୍ୱିଲର..ଏସବୁ ଥିଲା ଖୁବ୍ ଚର୍ଚ୍ଚାରେ।
ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫ରେ ସବୁଠାରୁ ଚର୍ଚ୍ଚାରେ ରହିଥିଲା ୩ଟି ଇ-ସ୍କୁଟର। ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା ହୋଣ୍ଡାର ଇ-ସ୍କୁଟର। ପୂର୍ବରୁ କମ୍ପାନି ଏହି ଇ-ସ୍କୁଟରକୁ ଅନାବରଣ କରିଥିଲା। ଆଉ ଏବେ ଅଟୋ ଏକ୍ସପୋରେ ଲଞ୍ଚ୍ ପରେ ଗ୍ରାହକଙ୍କୁ ବେଶ୍ ପସନ୍ଦ ଆସିଛି ଆକ୍ଟିଭା-ଇ। ଏକ୍ସପୋରେ କମ୍ପାନୀ ଆକ୍ଟିଭା-ଇ ସହ ବଜେଟ ଫ୍ରେଣ୍ଟଲି ଇଲେକ୍ଟ୍ରିକ୍ ସ୍କୁଟର QC1କୁ ମଧ୍ୟ ଲଞ୍ଚ କରିଛି। QC1ର ମୂଲ୍ୟ ୯୦ ହଜାର ଟଙ୍କା ରହିଥିବାବେଳେ ପ୍ରିମିୟମ୍ ଆକ୍ଟିଭା-ଇର ମୂଲ୍ୟ ୧ ଲକ୍ଷ ୧୭ ହଜାର ଟଙ୍କାର ଆରମ୍ଭ ହେଉଛି। ସେହିଭଳି ଆକ୍ଟିଭା-ଇର RoadSync Duo ଭାରିଆଣ୍ଟର ମୂଲ୍ୟ ୧ ଲକ୍ଷ ୫୨ ପର୍ଯ୍ୟନ୍ତ ରହିଛି।
ସେହିପରି ଆଉ ଏକ ଇ-ସ୍କୁଟର ହେଲା ଏମ୍ପିୟର ଏକ୍ସପ୍ରେସ । କମ୍ପାନୀ ଏକ୍ସପୋରେ ଅନେକ ବାଇକ୍ ଏବଂ ସ୍କୁଟର ଲଞ୍ଚ କରିଥିଲେ ବି, ସବୁଠୁ ଚର୍ଚ୍ଚିତ ଥିଲା ଏକ୍ସପ୍ରେସ। କାରଣ ଏହା ସିଙ୍ଗିଲ ଚାର୍ଜରେ ୨୦୦ କିଲୋମିଟରର ମାଇଲେଜ ଦେଇଥାଏ। ବଡ଼ କଥା ହେଲା ଏଥିରେ ଉଭୟ ଏସି ଏବଂ ଡିସି ଫାଷ୍ଟ୍ ଚାର୍ଜିଂ କ୍ଷମତା ରହିଛି।
ସେହିଭଳି ଜାପାନିଜ୍ କମ୍ପାନି ସୁଜୁକି ମଧ୍ୟ ଭାରତୀୟ ଇଭି ସେକ୍ଟରରେ ପ୍ରବେଶ କରିଛି। ଇ-ଆକ୍ସେସ୍ ଇଲେକ୍ଟ୍ରିକ୍ ସ୍କୁଟର ସହ ଭାରତୀୟ ବଜାରରେ ଏଣ୍ଟ୍ରି କରିଛି ସୁଜୁକି । ସମ୍ପୂର୍ଣ୍ଣ ନୂଆ ଡିଜାଇନ୍ ସହ ଏହା ଭାରତରେ ତିଆରି ହେବ। ଏଇଠାରୁ ତିଆରି ହୋଇ ବିଦେଶକୁ ରପ୍ତାନୀ ହେବ। ଏହାର ଦାମ ୧ ଲକ୍ଷରୁ ୧ ଲକ୍ଷ ୨୦ ହଜାର ମଧ୍ୟରେ ହୋଇପାରେ। ଏହି ଏକ୍ସପୋରେ କମ୍ପାନୀ ଆକ୍ସେସ ୧୨୫ର ନୂଆ ମଡେଲ ବି ଲଞ୍ଚ କରିଥିଲା। ଯାହାର ବେସ୍ ଭାରିଏଣ୍ଟର ଦିଲ୍ଲୀ ଏକ୍ସ ଶୋ ରୁମ ମୂଲ୍ୟ ୮୧ ହଜାର ୭୦୦ ଟଙ୍କା ରହିଛି।