୩ ଜୁଲାଇ ଥିଲା ବିଶ୍ୱର ସବୁଠୁ ଉଷ୍ମ ଦିନ: NOAA

Published By : Prameya-News7 Bureau | July 05, 2023 IST

ୱାସିଂଟନ ୫।୭: ଆମେରିକାର ନ୍ୟାସନାଲ ଓସନ ଆଣ୍ଡ ଆଟମୋସଫେରିକ୍ ଆଡମିନେଷ୍ଟ୍ରେସନ (ଏନଓଏଏ) ଦାବି କରିଛନ୍ତି ଯେ ୩ ଜୁଲାଇ ସୋମବାର ଥିଲା ବିଶ୍ୱର ସବୁଠୁ ଉଷ୍ମ ଦିନ। ତଥ୍ୟରୁ ମିଳୁଥିବା ସୂଚନା ଅନୁସାରେ ୩ ଜୁଲାଇ ୨୦୨୩ରେ ବୈଶ୍ୱିକ ବାୟୁ ତାପମାନ ସବୁଠୁ ଅଧିକ ଥିଲା। ଏହି ଦିନ ତାପମାତ୍ରା ୬୨.୬୨ଫାରେନହାଇଟ୍ ଓ ୧୭.୦୧ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି କାର୍ଲିଫର୍ଣ୍ଣିଆ ୟୁନିଭର୍ସିଟିର ରବର୍ଟ ରୋଡେ ଟ୍ୱିଟ୍‌ କରି ନ୍ୟାସନାଲ ସେଣ୍ଟର ଫର ଏନଭର୍ଣ୍ଣମେଣ୍ଟାଲ ପ୍ରଡକ୍ସନ ସବୁଠୁ ଉତପ୍ତ ଦିନ ରେକର୍ଡ କରିଥିବା ସୂଚିତ କରିଥିଲେ। ବିଶ୍ୱ ପାଣିପାଗରେ ଏପରି ଉଷ୍ଣତା ଆଗାମୀ ୬ ଦିନ ପର୍ଯ୍ୟନ୍ତ ଜାରି ରହିବ ଓ ଆହୁରି ବଢ଼ିପାରେ ବୋଲି ଏନଓଏଏ କହିଛନ୍ତି।

{"id":813026,"width":838,"height":479,"sizeSlug":"full","linkDestination":"none"}

ଏନଓଏଏଙ୍କ ଅନୁସାରେ ଏଲନିନୋକୁ ପ୍ରଥମଥର ସ୍ପେନିୟୀ ଓ ଦକ୍ଷିଣ ଆମେରିକୀୟ ମତ୍ସ୍ୟଜୀବିମାନେ ଅନୁଭବ କରିଥିବା କହିଛନ୍ତି। ସେଦିନ ସମୁଦ୍ରର ପାଣି ଅନ୍ୟ ସାଧାରଣ ଦିନ ଅପେକ୍ଷା ଅଧିକ ଉଷ୍ମ ଥିଲା। ଏଣୁ ଚଳିତବର୍ଷ ସମୁଦ୍ରରେ ଅନୁଭୂତ ହେଉଥିବା ଏଲ ନିନୋର ପିକ୍‌ ଡିସେମ୍ବର ମାସରେ ଆସିବ ବୋଲି ଏନଓଏଏ ଆକଳନ କରୁଛନ୍ତି। ଏଣୁ ଏହାର ପୁରା ନାମ ‘ଏଲ ନିନୋ ଡି ନେଭି ଡାଡ’ରଖିଛନ୍ତି। ସମୁଦ୍ରରେ ଏଲନିନୋ ପ୍ରଭାବ ଯୋଗୁ ଆମ ପାଣିପାଗରେ ମଧ୍ୟ ପରିବର୍ତ୍ତନ ଅନୁଭୂତ ହେବ।

{"id":813027,"width":842,"height":555,"sizeSlug":"full","linkDestination":"none"}

ଏନଓଏଏ କହିଛନ୍ତି ଯେ ଯେବେ ସମୁଦ୍ରର ପାଣି ଉଷ୍ମ ହେବ ସେତେବେଳେ ଦକ୍ଷିଣ ଦିଗକୁ ନ୍ୟୁଟ୍ରାଲ ପୋଜିସନକୁ ପ୍ରବାହୀତ ହେବ। ଏଣୁ ଏହାର ପ୍ରଭାବରେ ଉତ୍ତର ଆମେରିକା ଓ କାନାଡାରେ ଅଧିକ  ଗରମ ଓ ସୁଷ୍କ ଅନୁଭୂତ ହେବ।  ଯଦି ଏହି ସ୍ଥିତି ଯୁକ୍ତରାଷ୍ଟ୍ର ଗଲଫ କୋଷ୍ଟ ଓ ଦକ୍ଷିଣ-ପୂର୍ବରେ ହେବ ତେବେ ବନ୍ୟା ଆସିବାର ଆଶଙ୍କା ବଢିଯିବ। ଏଣୁ ସାରା ବିଶ୍ୱର ଦେଶମାନେ ସ୍ୱାକ୍ଷର କରିଥିବା କାର୍ବନ ଉତ୍ସର୍ଜନ ହ୍ରାସ କରିବା ପାଇଁ ମିଳିତ ଉଦ୍ୟମ କରିବା ଦରାକର ବୋଲି କୁହାଯାଇଛି। ଏପରି କଲେ ୨୦୩୫ ସୁଦ୍ଧା ସବୁ ଦେଶ ନିଜର ଗ୍ରିନହାଉସ ଗ୍ୟାସ୍‌କୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିପାରିବେ।

ମୋଦି ସରକାରଙ୍କ ଭୁଲ ପ୍ରାଥମିକତା ଯୋଗୁ ଘଟିଛି ବାଲେଶ୍ୱ ଟ୍ରେନ ଦୁର୍ଘଟଣା: ଜୟରାମ ରମେଶ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.