ପୁରା ଜିଲ୍ଲାରେ ଗଞ୍ଜାମ ପୋଲିସର ସ୍ୱତନ୍ତ୍ର ଅପରେସନ, ୩୪ ନିଖୋଜ ଶିଶୁ ଉଦ୍ଧାର

Published By : Prameya-News7 Bureau | April 22, 2025 IST

ଛତ୍ରପୁର ୨୨।୦୪ : ଜିଲ୍ଲାରେ ଗଞ୍ଜାମ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ । ଏହି ଅଭିଯାନ ଆଧାରରେ ୩୪ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିଛି ପୋଲିସ । ସେଥିମଧ୍ୟରୁ ୩୦ ଜଣ ନାବାଳିକା ଏବଂ ୪ ଜଣ ନାବାଳକ ରହିଥିବା ସୂଚନା ମିଳିଛି । 

ଗଞ୍ଜାମ ଜିଲ୍ଲାରେ ଚଳିତ ମାସ ୧୫ରୁ ଅଧିକ ପିଲାମାନେ ନିଖୋଜ ଥିବାର ଅଭିଯୋଗ ପରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ଅପରେସନ । ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଥାନାର ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ନିଖୋଜ ଥିବା ପିଲାମାନଙ୍କୁ ଖୋଜିବା ଆରମ୍ଭ କରିଥିଲେ । ଶେଷରେ ପୋଲିସକୁ ମିଳିଛି ସଫଳତା ।ପୋଲିସର ଉଦ୍ୟମ ବଳରେ ରାଜ୍ୟ ଓ ରାଜ୍ୟ ବାହାରୁ ୩୪ ଶିଶୁଙ୍କୁ ଉଦ୍ଧାର କରିଛି । ଯେଉଁଥିରେ ୩୦ ଜଣ ନାବାଳିକ ଓ ୪ ଜଣ ନାବାଳକ ରହିଥିବା ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଗଞ୍ଜାମ ଏସ୍‌ପି କହିଛନ୍ତି । ଏହାସହିତ ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.