ଆମେରିକାର ଅଲବାମାରେ ଆଖିବୁଜା ଗୁଳିମାଡ଼, ୪ ମୃତ, ୧୨ ଆହତ

Published By : Prameya-News7 Bureau | September 22, 2024 IST

HT

ନୂଆଦିଲ୍ଲୀ: ଆମେରିକାର ବର୍ମିଂହାମ ସ୍ଥିତ ଅଲବାମାରେ ଅନ୍ଧାଧୁନ ଗୁଳିମାଡ଼। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି। ବର୍ମିଂହାମ ପୋଲିସ ବିଭାଗ X ରେ ଲେଖିଛି ଯେ ଏକାଧିକ ଗୁଳି ବିନିମୟ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା। 

ଏହି ପୋଷ୍ଟରେ କୁହାଯାଇଛି ଯେ ସହରର ଫାଇଭ୍‌ ପଏଣ୍ଟ ଦକ୍ଷିଣ ଅଞ୍ଚଳରେ ଏହି ଗୁଳିମାଡ଼  ହୋଇଛି। ରିପୋର୍ଟ ଅନୁଯାୟୀ, ଗୁଳି ବିନିମୟରେ ଅତି କମରେ ୪ଜଣ ପ୍ରାଣ ହରାଇଛନ୍ତି ଏବଂ ୧୨ ଜଣ ଆହତ ହୋଇଛନ୍ତି।

ପ୍ରାରମ୍ଭିକ ରିପୋର୍ଟ ସୂଚିତ କରେ ଯେ, ଯେତେବେଳେ ଗୁଳି ଚାଳନା କରାଯାଇଥିଲା ସେତେବେଳେ   ସେଠାରେ ଥିବା ଲଜ୍‌, ବାର୍‌ ଓ ରେସ୍ତୋରାଁ ବାହାରେ ଛିଡା ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଗୁଳିର ଶବ୍ଦରୁ ଲାଗୁଥିଲା ଏହା ଏକ ସ୍ୱୟଂଚାଳିତ ବନ୍ଧୁକ ଯାହା ଆଖିବୁଜା ଗୁଳିମାଡ଼ ହୋଇଥିଲା। ଆମେରିକାର ଅଧିକାରୀମାନେ ବିଶ୍ୱାସ କରନ୍ତି ଯେ ସେଠାରେ ଏକାଧିକ ସୁଟର ଥିଲେ ଏବଂ ଏପର୍ଯ୍ୟନ୍ତ କେହି ଗିରଫ କରିନାହାଁନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.