ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୪ ମାଓବାଦୀ, ମୁଣ୍ଡ ଉପରେ ଥିଲା ୨୮ ଲକ୍ଷ ରାଶି

Published By : Prameya-News7 Bureau | February 04, 2025 IST

ମାଲକାନଗିରି ୦୪/୦୨: ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୪ ହାର୍ଡକୋର ମାଓବାଦୀ । ଏମାନଙ୍କ ନାଁରେ ଥିଲା ୨୮ ଲକ୍ଷର ପୁରସ୍କାର ରାଶି । ମହାରାଷ୍ଟ୍ର ଗଡଚିରୋଲି ପୋଲିସ ଓ CRPF ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି ଏମାନେ । ଆତ୍ମସମର୍ପଣ କରିଥିବା ଚାରି ଜଣ ହାର୍ଡକୋର ମାଓବାଦୀ ହେଲେ ଅଶୋକ ପୋଚ୍ୟା ସାଦେକ, ବନିତା ଦୋହେ ଜୋର, ସାଧୁ ଲିଙ୍ଗୁ ଓ ମୁନ୍ନି ପୋଡିଆ କୋରସା ।
also read...

କଣ୍ଟାବାଞ୍ଜି ଷ୍ଟେସନରେ ଆତଙ୍କ, ରେଳ ୱାଗନରୁ ୧୨ ଅଫୁଟା ବୋମା ଜବତ

ସୂଚନା ଥାଉକି, ମାଓବାଦୀଙ୍କ TCOC ଆରମ୍ଭରୁ ଚାରି ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ଉପରେ ମୋଟ ୨୮ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଜଣେ ଡିଭିଜନାଲ୍ କମିଟି ସଦସ୍ୟ ଓ ଜଣେ ଏରିଆ କମିଟି ସଦସ୍ୟ ସହ ଦୁଇ ଜଣ ପ୍ଲାଟୁନ୍ ସଦସ୍ୟ ଗଡ଼ଚିରୋଲି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.