ନୂଆଦିଲ୍ଲୀ ୭।୨: କେନ୍ଦ୍ର ସରକାର ସୂଚିତ କରିଛନ୍ତି ଯେ ଆମେରିକୀୟ ଅଧିକାରୀମାନେ ସେଠାରେ ଅବୈଧ ବସବାସ କରୁଥିବା ଆଉ ୪୮୭ ଭାରତୀୟଙ୍କୁ ଚିହ୍ନଟ କରିଛନ୍ତି ଓ ସେମାନଙ୍କୁ ଖୁବ୍ ଶୀଘ୍ର ଭାରତ ପଠାଇ ଦିଆଯିବ। ଏଥି ମଧ୍ୟରେ ଭାରତ ନିର୍ବାସିତ ହେବାକୁ ଥିବା ଭାରତୀୟଙ୍କ ପ୍ରତି ଦୁର୍ବ୍ୟବହାର ଆଶଙ୍କାକୁ ନେଇ ଚିନ୍ତା ବ୍ୟକ୍ତ କରିଛି। ଅବୈଧ ଭାରତୀୟ ପ୍ରବାସୀଙ୍କ ଡିପୋର୍ଟକୁ ନେଇ ବିଦେଶ ସଚିବ ବିକ୍ରିମ ମିଶ୍ରି କହିଛନ୍ତି ଯେ ବିଦେଶ ମନ୍ତ୍ରୀ ଆମେରିକୀୟ ଅଧିକାରୀଙ୍କ ଦ୍ୱାରା ସେୟାର କରାଯାଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିୟର (ଏସଓପି) ସମ୍ପର୍କରେ ସୂଚନା ଦେଇଛନ୍ତି।
ବିକ୍ରମ ମିଶ୍ରି କହିଛନ୍ତି ଯେ ବିଦେଶ ମନ୍ତ୍ରୀ ଧ୍ୟାନ ଦେଇଛନ୍ତି ଯେ ଏହି ପ୍ରକ୍ରିୟା ଦୀର୍ଘ ସମୟରୁ ଚଳି ଆସୁଛି। ତେବେ ନିର୍ବାସିତ ପ୍ରବାସୀଙ୍କ ସହିତ ଦୁର୍ବ୍ୟବହାର ଏକ ଗୁରୁତର ପ୍ରସଙ୍ଗ, ଯାହାକୁ ଆମେ ଆମେରିକୀୟ ଅଧିକାରୀଙ୍କ ନିକଟରେ ଉଠାଇଛୁ। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିଦେଶ ସଚିବ କହିଛନ୍ତି ଯେ ଆମେରିକା ୪୮୭ ଭାରତୀୟଙ୍କ ସମ୍ପର୍କରେ ସୂଚିତ କରିଛି, ଯେଉଁମାନଙ୍କୁ ନିଷ୍କାସନ ଆଦେଶ ଦିଆଯାଇଛି। ତେବେ ଆମେ ଆମେରିକୀୟ ପ୍ରଶାସନକୁ ସ୍ପଷ୍ଟ କରିଦେଇଛୁ ଯେ ନିର୍ବାସୀତ ଭାରତୀୟଙ୍କ ପ୍ରତି କୌଣସି ପ୍ରକାରର ଅମାନବୀୟ ବ୍ୟବହାର ବରଦାସ୍ତ କରାଯିବ ନାହିଁ।
#WATCH | Delhi: On the issue of illegal immigrants in the United States, Foreign Secretary Vikram Misri says, "...The process of deportation is not new. it is something that the External Affairs Minister (EAM) also emphasised in the Parliament yesterday...I would not accept the… pic.twitter.com/Vrk07ib7Rt
— ANI (@ANI) February 7, 2025
ଯଦି କୌଣସି ପ୍ରକାରର ଦୁର୍ବ୍ୟବହାରର ସୂଚନା ମିଳେ ଆମେ ଏହାକୁ ଉଚ୍ଚସ୍ତରରେ ଉଠାଇବୁ। ବିଦେଶ ସଚିବ କହିଛନ୍ତି ଯେ ନିର୍ବାସନ ପ୍ରକ୍ରିୟା ନୂଆ ନୁହେଁ। ଏହି ପ୍ରସଙ୍ଗରେ ବିଦେଶ ମନ୍ତ୍ରୀ ସଂସଦରେ ମଧ୍ୟ ଚର୍ଚ୍ଚା କରିଛନ୍ତି। ଆମକୁ କୁହାଯାଇଛି ଚୂଡ଼ାନ୍ତ ନିଷ୍କାସନ ସମ୍ପର୍କିତ ଆଦେଶ ୪୮୭ ଭାରତୀୟ ନାଗରିକଙ୍କୁ ନେଇ ରହିଛି। ତେବେ ଆମେରିକାରୁ ଅବୈଧ ଭାରତୀୟ ଡିପୋର୍ଟ କରିବା ପାଇଁ ସାମରିକ ବିମାନର ଉପଯୋଗ କରାଯିବା ଦୀର୍ଘବର୍ଷରୁ ଜାରି ପ୍ରକ୍ରିୟାରୁ ସାମାନ୍ୟ ପୃଥକ ଓ ଟିକେ ଅଲଗା ପ୍ରକୃତିର।
ଏହା ଛଡା ବିଦେଶ ସଚିବ ଅବୈଧ ପ୍ରବାସକୁ ପ୍ରୋତ୍ସାହନ ଦେଉଥିବା ଗୋଷ୍ଠୀ ଓ ନେଟୱାର୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଯେ ପୁରା ସିଷ୍ଟମରେ ମହଜୁଦ ସେହି ଇକୋ ସିଷ୍ଟମ ଉପରେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ଯାହା ଅବୈଧ ଇମିଗ୍ରେସକୁ ପ୍ରୋତ୍ସାହିତ କରୁଛି। ଉଲ୍ଲେଖଯୋଗ୍ୟ ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶରୁ ଅବୈଧ ଅପ୍ରବାସୀଙ୍କୁ ଡିପୋର୍ଟ କରିବା ଆରମ୍ଭ କରିଦେଇଛନ୍ତି। ଏହିକ୍ରମରେ ଆମେରିକା ନିଜ ସୈନ୍ୟ ବିମାନରେ ବୁଧବାର ୧୦୪ଭାରତୀୟ ଅପ୍ରବାସୀ ପୁଣି ଭାରତ ପଠାଇ ଦେଇଛନ୍ତି।