ଭୁବନେଶ୍ୱର ୨୦/୦୪: ବଡ଼ଚଣାରେ ସର୍ପ୍ରାଇଜ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ । ବଡ଼ଚଣାରୁ ପ୍ରାର୍ଥୀ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷାଙ୍କ ପ୍ରାର୍ଥିତ୍ୱ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ । ଘୋଷଣା ହୋଇଛି ବିଜେଡିର ଆଉ ଏକ ବିଧାନସଭା ପ୍ରାର୍ଥୀ ତାଲିକା । ଏଥିରେ ୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ ।
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଯାଜପୁର ବଡଚଣା ଆସନରୁ ପ୍ରାର୍ଥୀ କରିଛି ଦଳ । ପୂର୍ବରୁ ଏହି ଆସନରୁ ଦଳର ବରିଷ୍ଠ ନେତା ତଥା ସେଠାରେ ଲଗାତାର ଭାବେ ବିଜୟୀ ହୋଇଆସୁଥିବା ନେତା ଅମର ଶତପଥୀଙ୍କ ଉପରେ ଭରସା କରିନି ଦଳ । ବରଂ ଏହି ଅସନରୁ ବର୍ଷାଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଦଳ ।
ବର୍ଷା ପ୍ରିୟଦର୍ଶିନୀ ୨୦୧୯ରୁ ନିର୍ବାଚନ ଠାରୁ ବିଜେଡିରେ ସାମିଲ ହୋଇଥିଲେ । ସେ ସମୟରେ ଦଳ ପାଇଁ ବେଶ୍ ପ୍ରଚାର ମଧ୍ୟ କରିଥିଲେ । ଏବେ ସେ ଦଳରେ ବିଦ୍ଧିବଦ୍ଧ ଭାବେ ଦଳରେ ମିଶିବା ପରେ ଦଳ ତାଙ୍କୁ ବଡଚଣାରୁ ପ୍ରାର୍ଥୀ କରିଛି । ତେବେ ଏହି ଆସନରୁ ବିଜେପି ଅମର ନାୟକଙ୍କୁ ପ୍ରାର୍ଥୀ କରିଥିବାବେଳେ ଏହି ଆସନରେ ଲଢେଇ ରୋଚକ ହେବ ବୋଲି କୁହାଯାଉଛି ।
ସେପଟେ କଟିଛି ୫ ବିଧାୟକଙକ୍ ଟିକେଟ୍ । ବଡ଼ଚଣାରୁ ଅମର ଶତପଥୀ, କେନ୍ଦ୍ରାପଡ଼ାରୁ ଶିଶିଭୂଷଣ ବେହେରା, ସିମୁଳିଆରୁ ଜ୍ୟୋତି ପାଣିଗ୍ରାହୀ, ଆନନ୍ଦପୁରରୁ ଭାଗିରଥୀ ସେଠୀ, ଚମ୍ପୁଆରୁ ମୀନାକ୍ଷୀ ମହାନ୍ତଙ୍କ ଟିକେଟ କଟିଛି ।