ଜାମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ: ୨ ସାଧାରଣ ନାଗରିକଙ୍କ ମୃତ୍ୟୁ, ୨ ଯବାନ ସହିଦ

Published By : Prameya-News7 Bureau | October 24, 2024 IST

indiatoday

ଶ୍ରୀନଗର: ଟିକେ ସୁରକ୍ଷା ଢିଲା ହେଲେ ଅଶାନ୍ତ ହେଉଛି ଜାମ୍ମୁ-କାଶ୍ମୀର। ମଉକା ପାଇଁ ଆକ୍ରମଣ କରୁଛନ୍ତି ଆତଙ୍କବାଦୀ। ନିକଟରେ ଏକ ଆତଙ୍କୀ ଆକ୍ରମଣ ଘଟଣା ଘଟିଥିବା ବେଳେ ଆଜି (ଅକ୍ଟୋବର ୨୩) ସେନା ଗାଡ଼ି ଉପରେ ପୁଣି ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଗୁଲମାର୍ଗ ବୋଟପଥରସ୍ଥିତ ନାଗିନ ଏରିଆରେ ଏହି ଆକ୍ରମଣ ହୋଇଛି। ଏଥିରେ ମୋଟ ଜଣଙ୍କର ମୃତ୍ୟୁ ହୋଇଛି। ୨ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଯବାନ ସହିଦ ହୋଇଛନ୍ତି।

ଲାଇନ୍ ଅଫ୍ କଣ୍ଟ୍ରୋଲ ସୀମା ଦେଇ ୧୮ ରାଷ୍ଟ୍ରୀୟ ରାଇଫଲ ଗାଡ଼ି ବୋଟପଥରିରୁ ଆସୁଥିବା ବେଳେ ଆତଙ୍କବାଦୀମାନେ ସେନା ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀଙ୍କୁ ଗୁଳିରେ କୁଲି କାମ କରି ପେଟ ପୋଷୁଥିବା ଜଣେ ସ୍ଥାନୀୟ ବାସିନ୍ଦାଙ୍କ ମୃତ୍ୟୁ ହୋଇଛି।

ନିକଟରେ ବାହାରୁ ଆସି କାଶ୍ମୀରରେ କାମ କରୁଥିବା ଶ୍ରମିକଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଛି। ଆତଙ୍କବାଦୀମାନେ ଟାର୍ଗେଟ୍ ଶୁଟ କରୁଛନ୍ତି। ଗୁରୁବାର ସକାଳ ଜଣେ ଉତ୍ତର ପ୍ରଦେଶ ଶ୍ରମିକଙ୍କ ଉପରେ ଆଟାକ ହୋଇଛି। ପୁଲୱାମା ଜିଲ୍ଲାର ତ୍ରାଲ୍‌ରେ ଏହି ଆକ୍ରମଣ ହୋଇଥିବା ବେଳେ ଆତଙ୍କବାଦୀଙ୍କୁ ଗୁଳି କରି ମାରି ଦିଆଯାଇଛି। 

ଏହା ପୂର୍ବରୁ ରବିବାର ଗନ୍ଧେରବାଲ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୬ ଅଣକାଶ୍ମୀର ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜମେ ଡାକ୍ତରଙ୍କର ମୃତ୍ୟୁ ହୋଇଥିଲା। ସେହିଭଳି ଅକ୍ଟୋବର ୧୮ ତାରିଖରେ ସୋପିଆନ ଜିଲ୍ଲାରେ ବିହାରର ଜଣେ ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳଇ କରି ହତ୍ୟା କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.