ଗାଡ଼େକୁ ଧରିବାକୁ ଲାଗିଥିଲେ ୫୦୦ ପୁଲିସ, ଡ୍ରୋନ୍ କ୍ୟାମେରା, ଡଗ୍‌ ସ୍କ୍ୱାର୍ଡ, ଆହୁରି କେତେ କ’ଣ

Published By : Prameya-News7 Bureau | February 28, 2025 IST

indiatoday

ପୁଣେମହାରାଷ୍ଟ୍ର ପୁଣେର ଏକ ବସ୍ ଭିତରେ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦତ୍ତାତ୍ରେୟ ରାମଦାସ ଗାଡେ(୩୭)କୁ ପୁଲିସ ଗିରଫ କରିସାରିଛି। ଗାଡ଼େ ଦୁଷ୍କର୍ମ ଘଟାଇବା ପରେ ସେହି ସ୍ଥାନରୁ ଦୌଡ଼ି ପଳାଇଥିଲା। ଜଣେ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ପଇବା ପାଇଁ ପାଣି ମାଗିଥିଲା। ଏପଟେ ପୁଲିସ ଗାଡ଼େର ହେଲ୍‌ପର ଠାରୁ ଗୁପ୍ତ ସୂଚନା ନେଇ ତାକୁ ଗିରଫ କରିଛି। 

ତେବେ ଗାଡେକୁ ଗିରଫ କରିବା ସହଜ ହୋଇନଥିଲା। ଏଥାପାଇଁ ପୁଲିସକୁ ମଧ୍ୟ ଠେକିଏ ପାଣି ପିଇବାକୁ ପଡ଼ିଥିଲା। ଅଭିଯୁକ୍ତକୁ ଧରିବା ପାଇଁ ୫୦୦ ପୁଲିସ କର୍ମୀ, ଡଗ୍ ସ୍କ୍ୱାର୍ଡ, ଏବଂ ୪୦୦ ଗାଁ ଲୋକ ଓ ଡ୍ରୋନର ସହାୟତା ନିଆଯାଇଥିଲା। ଘଟଣା ଘଟାଇବାର ୭୫ ଘଣ୍ଟା ପରେ ଗୁରୁବାର ରାତିରେ ଗାଡ଼େକୁ  ଗିରଫ କରିବାରେ ସଫଳ ହୋଇଥିଲୁ ବୋଲି ପୁଣେ ମୁଖ୍ୟ ପୁଲିସ ଅପିସର ଅମିତେଶ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। 

ଅମିତେଶ କହିଛନ୍ତି “ଆମେ ଗତ ତିନି ଦିନ ଧରି ଅଭିଯୁକ୍ତକୁ ଖୋଜୁଥିଲୁ। ପ୍ରାୟ ୫୦୦ ପୋଲିସ ଅଧିକାରୀ ଏବଂ କର୍ମଚାରୀ ଏହି ସର୍ଚ୍ଚ ଅପରେସନରେ ସାମିଲ ଥିଲେ। ଏଥିରେ ଆମକୁ ୪୦୦ ରୁ ୫୦୦ ସ୍ଥାନୀୟ ଗ୍ରାମବାସୀଙ୍କ ସମର୍ଥନ ମଧ୍ୟ ମିଳିଥିଲା। ଆମ ସନ୍ଧାନୀ କୁକୁର ଟିମ୍ ଅନେକ ସ୍ଥାନ ଚିହ୍ନଟ କରିଥିଲା, ଯାହା ଅଭିଯୁକ୍ତଙ୍କୁ ଖୋଜିବାରେ ଆମକୁ ସାହାଯ୍ୟ କରିଥିଲା। ରାତି ୧.୧୦ ବେଳେ ଆମେ ତାକୁ ହେପାଜତକୁ ନେଇଥିଲୁ।”

ପଢ଼ନ୍ତୁ- ରାଜସ୍ଥାନରେ ଉତ୍ତେଜନା: ସ୍ମାର୍ଟଫୋନ୍ ଲୋଭ ଦେଖାଇ ସ୍କୁଲ ଛାତ୍ରୀଙ୍କ ଯୌନ ଉତ୍ପୀଡ଼ନ, ବ୍ଲାକ୍‌ମେଲ୍ କରି ଧର୍ମ ପରିବର୍ତ୍ତନ

ଗାଡ଼େକୁ ଧରିବାକୁ ପୁଲିସ ଡ୍ରୋନ୍‌ର ସହାୟତାରେ ବଡ଼ ଧରଣର ସର୍ଚ୍ଚିଂ ଅପରେସନ ଆରମ୍ଭ କରିଥିଲା। କେବଳ ସେତିକି ନୁହେଁ ଅପରାଧୀକୁ ଧରାଇ ଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ମଧ୍ୟ ଘୋଷଣା କରିଥିଲା। ତେବେ ଯେଉଁ ବ୍ୟକ୍ତିଙ୍କୁ ପୁଲିସକୁ ଗାଡେ ବିଷୟରେ ସୂଚନା ଦେଇଥିଲେ, ଗାଡ଼େ ତାଙ୍କ ପାଖକୁ ପାଣି ପିଇବାକୁ ଆସିଥିଲା। ଉକ୍ତ ବ୍ୟକ୍ତି ସୂଚନା ଦେବାରୁ ଆମେ ତାକୁ ଗିରଫ କରିବାରେ ସଫଳ ହୋଇଛି। ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ଘୋଷଣା ମୁତାବକ ୧ ଲକ୍ଷ ଟଙ୍କା ଦିଆଯିବ ବୋଲି ଅମିତ କୁମାର କହିଛନ୍ତି। 

ଗିରଫ ପରେ ତୁରନ୍ତ ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିଲା। ମାମଲାରେ ଏକ ସ୍ୱତନ୍ତ୍ର ଓକିଲଙ୍କୁ ନିଯୁକ୍ତି ଦିଆଯିବ। ପାଷ୍ଟ-ଟ୍ରାକ୍ କୋର୍ଟରେ ମାମଲାର ଶୁଣାଣି ହେବ ବୋଲି ପୁଲିସ କହିଛି।

ସୂଚନା ଥାଉକି ଗାଡ଼େ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା ଜଣେ ୨୬ ବର୍ଷୀୟ ମହିଲାଙ୍କୁ ବସ୍ ଭିତରେ ଦୁଷ୍କର୍ମ କରିଥିଲେ। ମହିଳା ଜଣଙ୍କ ଗତ ମଙ୍ଗଳବାର ସାତାର ଜିଲ୍ଲାକୁ ଯିବାକୁ ସ୍ୱରଗଟେ ବସ୍‌ଷ୍ଟାଣ୍ଡରେ ଭୋରରେ ଅପେକ୍ଷା କରିଥିଲେ। ହେଲେ ଅଭିଯୁକ୍ତ ଗାଡ଼େ ତାଙ୍କ ବସ୍ ଅନ୍ୟ ଜାଗାରେ ଲାଗିଛି କହି ବସ୍‌ ଷ୍ଟାଣ୍ଡର ଏକ ଏକୁଟିଆ ପାର୍କ ହୋଇଥିବା ବସ୍‌ ଭିତରକୁ ନେଇ ଯାଇଥିଲା। ମହିଳା ଜଣଙ୍କ ବସ୍‌ରେ ବସିବା ପରେ ଗାଡ଼େ ତାଙ୍କୁ ଦୁଷ୍କର୍ମ କରି ଫେରାର୍ ହୋଇଯାଇଥିଲା। ଏହାପରେ ଉଦ୍ଧବ ଶିବସେନାର ଏକାଧିକ କର୍ମ ବସ୍‌ଷ୍ଟାଣ୍ଡରେ ପଶି ଭଙ୍ଗାରୁଜା କରିଥିଲେ। ଘଟଣା ମହାରାଷ୍ଟ୍ରରେ ଉତ୍ତେଜନା ସୃଷ୍ଟି କରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.