ନୂଆଦିଲ୍ଲୀ, ୦୪/୦୮: ଦେଶରେ ୫୦୮ ରେଳ ଷ୍ଟେସନର ହେବ ଉନ୍ନତିକରଣ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୬ ତାରିଖ ସକାଳ ୧୧ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସବୁ ରେଳ ଷ୍ଟେସନର ଉନ୍ନତିକରଣର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ଉନ୍ନତିକରଣ ପୁର୍ନବିକାଶ କାମ ଅମୃତ ଭାରତ ଷ୍ଟେସନ ଯୋଜନା ଅନୁଯାୟୀ କରାଯିବ। ଏହି ଯୋଜନା ଅନୁଯାୟୀ ଦେଶରେ ସମୁଦାୟ ୧୩୦୯ ଷ୍ଟେସନର ପୁର୍ନବିକାଶ ହେବ। ଏଥିରେ ସମୁଦାୟ ୨୪,୪୭୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯିବ।
ଏହି ସବୁ ରେଳ ଷ୍ଟେସନର ହେବ ଉନ୍ନତୀକରଣ:
ଏହି ୫୦୮ ଷ୍ଟେସନ ୨୭ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି। ଯେଉଁଥିରେ ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରେ ୫୫-୫୫, ବିହାରରେ ୪୯, ମହାରାଷ୍ଟ୍ରରେ ୪୪, ପଶ୍ଚିମବଙ୍ଗରେ ୩୭, ମଧ୍ୟ ପ୍ରଦେଶରେ ୩୪, ଆସାମରେ ୩୨, ଓଡ଼ିଶାରେ ୨୫, ପଞ୍ଜାବରେ ୨୨, ଗୁଜରାଟ ଏବଂ ତେଲେଙ୍ଗାନାରେ ୨୧-୨୧, ଝାଡ଼ଖଣ୍ଡରେ ୨୦, ଆନ୍ଧ୍ର୍ର ପ୍ରଦେଶ ଏବଂ ତାମିଲନାଡୁରେ ୧୮-୧୮, ହରିୟାଣାରେ ୧୫, କର୍ଣ୍ଣାଟକର ୧୩ ଷ୍ଟେସନ ରହିଛି।
ଆହୁରି ପଢ଼ନ୍ତୁ: ନୂଆ ରଙ୍ଗରେ ନଜର ଆସିବ ବନ୍ଦେ ଭାରତ ଏକ୍ସପ୍ରେସ, ପ୍ରଥମ ଝଲକ ଦେଲେ ରେଳ ମନ୍ତ୍ରୀ
ଏହି ରେଳ ଷ୍ଟେସନ ଆଧୁନିକ ଯାତ୍ରୀଙ୍କ ସୁବିଧାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯିବ। ଉତ୍ତମ ଯାତାୟତ ସୁବିଧା କରାଯିବ। ଷ୍ଟେସନ ଭବନର ଡିଜାଇନ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଏବଂ ବାସ୍ତୁକଳାକୁ ପ୍ରେରିତ କରିବ। ରେଳ ଷ୍ଟେସନ ଉକ୍ତ ସହର କିମ୍ବା ସ୍ଥାନର ସୁନ୍ଦରତାକୁ ପ୍ରଦର୍ଶିତ କରିବ ।