ରାଜ୍ୟରେ ଡେଙ୍ଗୁ ସ୍ଥିତି ସଙ୍ଗୀନ : ଏପର୍ଯ୍ୟନ୍ତ ଟିହ୍ନଟ ହେଲେଣି ୫୧୬ ଜଣ ଆକ୍ରାନ୍ତ

Published By : Prameya-News7 Bureau | July 12, 2024 IST

ଭୁବନେଶ୍ବର ୧୨: ରାଜ୍ୟରେ ଡେଙ୍ଗୁ ସ୍ଥିତି ସଙ୍ଗୀନ । ରାଉରକେଲାରେ ଗୋଟିଏ ଦିନରେ ଗୋଟିଏ ସ୍ଥାନରୁ ପ୍ରାୟ ୧୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ସହ ୧୧ ତାରିଖ ସୁଦ୍ଧା ରାଜ୍ୟରେ ୫୧୬ ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଗତବର୍ଷ ଏହି ସମୟ ସୁଦ୍ଧା ରାଜ୍ୟରେ ଚିହ୍ନଟ ହୋଇଥିଲେ ୨୭୮ ଡେଙ୍ଗୁ ଆକ୍ରାନ୍ତ । ଚଳିତ ବର୍ଷ ଖୋର୍ଦ୍ଧାରେ ସର୍ବାଧିକ ୧୩୪ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗୀରରୁ ୭୧, ସୁନ୍ଦରଗଡ଼ରୁ ୪୩ ଜଣ ଚିହ୍ନଟ ହୋଇଛନ୍ତି ।  ଏ ନେଇ ଜନ   ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ବର୍ଷା ଦିନେ ଭେକ୍ଟର ବର୍ଣ୍ଣ ରୋଗ ହୁଏ ।   ମୁଖ୍ୟ ଶାସନ ସଚିବ ଏ ନେଇ ଚିଠି ଲେଖିଛନ୍ତି । ମାର୍ଗଦର୍ଶିକା ମଧ୍ୟ ଜାରି ହୋଇଛି । ରାଜ୍ୟରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣରେ ଅଛି । ଗୁରୁବାର ୬୪୦ଟି ଟେଷ୍ଟ କରାଯାଇଛି ।   ୨୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ଗୁରୁବାର ୪ ପଜିଟିଭ ଚିହ୍ନଟ ହୋଇଥିଲେ । ବର୍ଷ ଆରମ୍ଭରୁ ଏ ଯାଏଁ ୫୦୦ରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ୩୬,୦୦୦ ଟେଷ୍ଟ ହୋଇଛି । 

ରାଜ୍ୟରେ  ମ୍ୟାଲେରିଆ ମଧ୍ୟ ବଢିଛି । ଏବେ ଘରୁ ହଷ୍ଟେଲ ଫେରୁଥିବା ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଅନେକ ପିଲା ଲକ୍ଷଣ ବିହୀନ ମ୍ୟାଲେରିଆ ଚିହ୍ନଟ ହେଉଛନ୍ତି । ସ୍କୁଲ ହଷ୍ଟେଲ ପରିସର ସଫା ସୁତୁରା ରଖିବା, ହଷ୍ଟେଲରେ ରାତିରେ ପିଲାମାନେ ମଶାରୀ ଟାଙ୍ଗି ଶୋଇବାକୁ ପରାମର୍ଶ ଦିଆଯାଇଛି । ସେପଟେ ଆଖି ଧରା ନେଇ ଅଭିଭାବକ ମାନେ ସଚେତନ ରୁହନ୍ତୁ । ଯେଉଁମାନେ ଆକ୍ରାନ୍ତ ହେବେ ସେମାନେ ଆଇସୋଲେଟରେ ରହିବାର ଆବଶ୍ୟକତା ଅଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଆଖି ଧରିଥିଲେ ସ୍କୁଲ ନ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । 

You Can Read:

ଅଣସେବାୟତ ରଥରେ ଚଢିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ, ରଥ ଉପରେ ମୋବାଇଲ ମନା : ଅରବିନ୍ଦ ପାଢୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.