ସୁନ୍ଦରଗଡ: ସିମେଣ୍ଟ କାରଖାନାରେ ବଡ଼ ଧରଣର ଅଘଟଣ ଘଟିଛି । ସୁନ୍ଦରଗଡ ରାଜଗାଙ୍ଗପୁରରେ ଥିବା ଡାଲମିଆ ସିମେଣ୍ଟ କାରଖାନାରେ କୋଲ୍ ହପର୍ ଭୁଶୁଡ଼ି ପଡ଼ିଛି । ଘଟଣାସ୍ଥଳରେ ୧୨ ଜଣ ଶ୍ରମିକ କାମ କରୁଥିବା ଜଣାପଡ଼ିଛି । ଷ୍ଟକ ରଖାଯାଉଥିବା କୋଇଲା ହପର୍ ଭୁଶୁଡ଼ି ପଡ଼ିବାରୁ ଏକାଧିକ ଶ୍ରମିକ ମୃତାହତ ହୋଇଥିବା ଆଶଂକା କରାଯାଉଛି । ତିନିରୁ ୪ ଜଣ ଶ୍ରମିକ କୋଇଲା ତଳେ ଚାପି ହୋଇଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ୫ଟି ଆମ୍ୱୁଲାନ୍ସ କାରଖାନା ଭିତରକୁ ଯାଇଛି ।