ରାସ୍ତାକଡ଼ରେ ମେଡିକାଲ ବର୍ଜ୍ୟବସ୍ତୁ ପକାଇବା ପଡ଼ିଲା ମହଙ୍ଗା, ବିଏମସି ଲଗାଇଲା ୬୦ ହଜାର ଫାଇନ୍

Published By : Prameya-News7 Bureau | November 07, 2023 IST

ଭୁବନେଶ୍ବର: ରାସ୍ତା କଡ଼ରେ ବାୟୋମେଡିକାଲ ବର୍ଜ୍ୟବସ୍ତୁ ପକାଇବା ପଡ଼ିଲା ମହଙ୍ଗା। ଡାଇଗ୍ନୋଷ୍ଟିକ୍ ସେଣ୍ଟରକୁ ୬୦ ହଜାର ଟଙ୍କାର ଫାଇନ ଲଗାଇଲା ବିଏମସି।

ସୂଚନା ଅନୁଯାୟୀ, ଭୁବନେଶ୍ବର ୩୬ ନମ୍ବର ୱାର୍ଡ ଅନ୍ତର୍ଗତ ମଧୁସୂଦନ ନଗରସ୍ଥିତ ବିଏସଆର ଡାଇଗ୍ନୋଷ୍ଟିକ୍ ସେଣ୍ଟରକୁ ୬୦ ହଜାର ଟଙ୍କାର ଫାଇନ ଲଗାଯାଇଛି। ପ୍ରକୃତରେ ଡାଇଗ୍ନୋଷ୍ଟିକ୍ ସେଣ୍ଟର ରାସ୍ତାକଡ଼ରେ ସିରିଞ୍ଜ୍‌, ଗଜ୍‌ କପଡ଼ା ସହ ଅନ୍ୟାନ୍ୟ ବାୟୋମେଡିକାଲ ଆଦି ଫିଙ୍ଗିଥିଲା।

ଆହୁରି ପଢ଼ନ୍ତୁ: CCTVରେ ବାଇକ୍ ଚୋରିର ଦୃଶ୍ୟ, ୪ଦିନ ହେଲା ପୋଲିସର ହାତ ଖାଲି

ଆଉ ସାଇନ୍‌ ଟିମ୍‌ ସହ ସାନିଟାରୀ ଇନ୍ସପେକ୍ଟର ଯାଞ୍ଚ କରିବା ପରେ ବିଏସଆର ଡାଇଗ୍ନୋଷ୍ଟିକ୍ ସେଣ୍ଟରକୁ ଫାଇନ କରାଯାଇଛି। ବାୟୋମେଡିକାଲ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପାଇଁ ସ୍ଵତନ୍ତ୍ର ନିୟମଥିବା ବେଳେ ନିୟମ ନମାନି ରାସ୍ତା କଡ଼ରେ ପକାଇବା ମହଙ୍ଗା ସାବ୍ୟସ୍ତ ହୋଇଛି। ବାହାରେ ଆବର୍ଜନା ନ ପକାଇବା ପାଇଁ ବିଏମସି ପକ୍ଷରୁ ଅପିଲ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.