୬୫ ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ, ଶ୍ରଦ୍ଧାଞ୍ଜଳି ଦେଲେ ଡିଜିପି

Published By : Prameya-News7 Bureau | October 21, 2024 IST

କଟକ ୨୧/୧୦: ଆଜି ପାଳିତ ହେଉଛି ୬୫ ତମ ପୋଲିସ ଶହୀଦ ସ୍ମୃତି ଦିବସ । କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଥିବା ଅମର ସହିଦ ସ୍ମୃତି ସ୍ତମ୍ଭରେ ଡିଜିପି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ସହ ବରିଷ୍ଠ ଆଇପିଏସ ଓ ଓପିଏସ୍ ଅଧିକାରୀ ମାନେ ମଧ୍ୟ ସହିଦ୍ ସ୍ମୃତି ସ୍ତମ୍ବରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ । 

ଏହି ଅବସରରେ ସେ କହିଛନ୍ତି ଓଡିଶା ପୋଲିସ ମାଓ ଦମନ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଛି ଓ ୨୦୨୬ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ମାଓ ଗତିବିଧି ସମ୍ପୂର୍ଣ୍ଣ ଭାବେ ମୁଳପୋଛ କରିଵା ପାଇଁ ଲକ୍ଷ୍ୟ । ଏହା ସହ ଓଡିଶା ଓ ଭାରତ ପ୍ରଗତି ଦିଗରେ ଆଗଉଥିଵାରୁ ମାଓବାଦୀ ମାନେ ହିଂସା ଛାଡି ଶାନ୍ତିର ମାର୍ଗ ଆପଣେଇଵା ପାଇଁ ଆହ୍ବାନ ଦେଇଛନ୍ତି ପୋଲିସ ଡିଜି। 


ହିଂସାର ମାର୍ଗ ଛାଡିଲେ ମାଓବାଦୀମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବା ପାଇଁ ପୋଲିସ ସମସ୍ତ ସହାୟତା ଯୋଗାଇ ଦେଵ ଵୋଲି ଏହି ଅବସରରେ କହିଛନ୍ତି ଡିଜିପି ଓ୍ବାଇ ବି. ଖୁରାନିଆ । ଗତ ବର୍ଷେ ଭିତରେ ରାଜ୍ୟରୁ ଦୁଇ ଜଣ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି । ଶହୀଦ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲାର ହିମାଂଶୁ ଶେଖର ରଥ ଓ କଟକ ସହରାଞ୍ଚଳ ପୋଲିସର ପ୍ରଦୀପ ମଲ୍ଲିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୋଲିସ ଡ଼ିଜି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.