ରାଜ୍ୟରେ ୮୧୮୩ ସରକାରୀ ଗାଡି଼ ୧୫ ବର୍ଷ ପୁରୁଣା, ୩୧୫୯ ଗାଡି ହୋଇଛି ସ୍କ୍ରାପ୍ : ପରିବହନ ମନ୍ତ୍ରୀ

Published By : Prameya-News7 Bureau | September 05, 2024 IST

ଭୁବନେଶ୍ବର ୫।୯: ରାଜ୍ୟରେ ୭୨୦୪ଟି ଗାଡି ୧୫ ବର୍ଷର ଗାଡି ନିଲାମ ହୋଇଛି ଓ ୩୧୫୯ଟି ସରକାରୀ ଗାଡି ସ୍ପ୍ରାପ୍ ହୋଇଛି ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିବୃତି ରଖିଛନ୍ତି ।                              

୨୦୨୩-୨୪ ଆର୍ଥିକ ବର୍ଷ ସୁଦ୍ଧା ପେଟ୍ରୋଲ ଓ ଡିଜେଲ ଚାଳିତ ବାହାନର ୧୫ ବର୍ଷ ପୂର୍ଣ୍ଣ ହୋଇଥିବା ସରକାରୀ ବାହାନର ସଂଖ୍ୟା ୮୧୮୩ । ସେଥିମଧ୍ୟରୁ MSTC ପୋର୍ଟାଲ ମାଧ୍ଯମରେ ୭୨୦୪ ଗାଡି ନିଲାମ ହୋଇଛି ଓ ୩୧୫୯ଟି ସରକାରୀ ଗାଡି ସ୍କ୍ରାପ୍ କରାଯାଇଛି । 

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଗୋଟିଏ କାର୍ଯ୍ୟକ୍ଷମ ସ୍କ୍ରାପ୍ ସେଣ୍ଟର ଖୋର୍ଦ୍ଧାରେ ଅଛି ଓ ଏହାର ଏକ ସଂଗ୍ରହ କେନ୍ଦ୍ର କେନ୍ଦୁଝରରେ ଅଛି । ଅତିରିକ୍ତ ଟିକସ ଦେଇ ବ୍ୟକ୍ତିଗତ ବାହାନର ମାଲିକ ମାନଙ୍କର ୨,୧୩,୬୩୨ ଗୋଟି ବାହାନର ପରିସୀମା ଆହୁରି ୫ ବର୍ଷ ବୃଦ୍ଧି କରାଯାଇଛି ।

You Can Read:

ଶୂନ୍ୟକାଳରେ ଉଠିଲା ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ, ମୁହାଁମୁହିଁ ହେଲେ ଶାସକ-ବିରୋଧୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.