ଭୁବନେଶ୍ବର ୬।୧୧: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟଙ୍କ ଟ୍ୱିଟ୍ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା କହିଛନ୍ତି, ସେ କଥା ଆମେ କହୁନୁ ତାଙ୍କ ଦଳର ପୂର୍ବତନ ବିଧାୟିକା କହିଛନ୍ତି । ତାଙ୍କୁ କଣ୍ଟାବାଞ୍ଜି ନିର୍ବାଚନ ପ୍ରଚାର କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା । ସେ ଦେଖିଛନ୍ତି ସରକାରୀ କର୍ମଚାରୀ କେମିତି ଆଦେଶ ଦେଉଥିଲେ । ବିଧାୟକଙ୍କୁ ସରକାରୀ କର୍ମଚାରୀ ନିର୍ଦ୍ଦେଶ ଦେଉଥିଲେ । ସେ ଜାଣିଛନ୍ତି ଗୁମର କଥା, ନବୀନ ବାବୁଙ୍କୁ ହରାଇବା ପାଇଁ କି ଚକ୍ରାନ୍ତ ହୋଇଥିଲା । ସେ ଭିତର କଥା ଜାଣି ପାରିଥିଲେ । ନବୀନଙ୍କୁ ହରାଇବା ପାଇଁ ବଡ଼ ଚକ୍ରାନ୍ତ ଚାଲିଥିଲା ବୋଲି ସେ କହିଥିବା ସାଂସଦ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ନବୀନ ପଟ୍ଟନାୟକ ମଙ୍ଗଳବାର ସୋସିଆଲ ମିଡିଆରେ ଲେଖିଥିଲେ- ମୋର କଣ୍ଟାବାଞ୍ଜି ଓ ହିଞ୍ଜିଳିକାଟୁରୁ ନିର୍ବାଚନ ଲଢ଼ିବା ନେଇ କିଛି ନ୍ୟସ୍ତ ସ୍ୱାର୍ଥ ଥିବା ବ୍ୟକ୍ତିଙ୍କ ଦ୍ଵାରା ସାମାଜିକ ଗଣମାଧ୍ୟମରେ କରାଯାଉଥିବା ଗୁଜବ ଓ ମିଥ୍ୟା ପ୍ରଚାରର ଦୃଢ଼ ନିନ୍ଦା କରୁଛି । ଏମାନେ ହେଉଛନ୍ତି ସେହି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଯେଉଁମାନେ ଗତ ନିର୍ବାଚନ ସମୟରେ ବିଭିନ୍ନ ବିଷୟରେ ମିଛ କାହାଣୀ ଶୁଣାଇ ଥିଲେ । ଏପରି କି ରାଜନୈତିକ ଫାଇଦା ପାଇଁ ବିଭିନ୍ନ ବିଷୟକୁ ନେଇ ଗୁଜବ କରିବାକୁ ପଛାଇ ନଥିଲେ । ଏପରି ବିଭ୍ରାନ୍ତି ସୃଷ୍ଟି କରୁଥିବା ବ୍ୟକ୍ତିମାନେ ସମସ୍ତେ କିଏ ଓଡ଼ିଶାବାସୀ ଏବେ ଠିକ୍ ବୁଝିଲେଣି । ପ୍ରଭୁ ଜଗନ୍ନାଥ ଏପରି ଗୁଜବ ତଥା ଅପପ୍ରଚାରରୁ ଦୂରେଇ ରହିବା ପାଇଁ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ।
You Can Read:
ଯାଜପୁରରୁ ଅୟମ ଆରମ୍ଭ, ସାରା ରାଜ୍ୟରେ ବିଜେଡି ଶୂନ ହୋଇଯିବ : ଯାଜପୁର ସାଂସଦ