ଭୁବନେଶ୍ବର ୬।୧୧: ଯାଜପୁରରୁ ଅୟମ ଆରମ୍ଭ, ସାରା ରାଜ୍ୟରେ ବିଜେଡି ଶୂନ ହୋଇଯିବ । ୨୦୨୯ ନିର୍ବାଚନ ବେଳକୁ ବିଜେଡି ଆଉ ଏକ ଦଳ ରହିବନି ବୋଲି ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ପ୍ରତିକ୍ରିୟା ରଖିଛନ୍ତି । ସାଂସଦ କହିଛନ୍ତି, ଜଣେ ଜଣେ ବିଜେଡିରୁ ଖସୁଛନ୍ତି । ନେତୃତ୍ୱବିହୀନ ଦଳ ହୋଇଗଲାଣି ବିଜେଡି । ବିଜେପି ନେତାଙ୍କ ସହିତ ବିଜେଡି ବିଧାୟକ ଟ୍ରାକ୍ରେ ଅଛନ୍ତି I ମୋ ସହିତ ବି କିଛି ବିଧାୟକ ଟ୍ରାକ୍ରେ ଅଛନ୍ତି । ବ୍ୟକ୍ତି ବିଶେଷ ନାଁ ଦେଉନି ହେଲେ ସମସ୍ତେ କେମିତି ଆସିବେ ବିଜେପିରେ ଯୋଗଦେବେ ସେନେଇ ଟ୍ରାକ୍ରେ ଅଛନ୍ତି । ପ୍ରଥମେ ୧୬ ପରେ ୨୭ ବଢ଼ି ବଢି ୫୦ ହୋଇଯିବେ ସମସ୍ତେ ଲମ୍ଫ ପ୍ରଦାନ କରିବେ ।
ପ୍ରଧାନମନ୍ତ୍ରୀ ନିର୍ବଚନ ସମୟରେ କହିଥିଲେ ୪ ଜୁନ୍ ବିଜେଡି ଶୂନ୍ । ସେଇଟା ଯାଜପୁରବାସୀ ଆରମ୍ଭ କରିଛନ୍ତି । ଏହାପରେ ସାରା ଓଡ଼ିଶାରେ ହେବ । ବିଜେଡି ପୁରା ଶୂନ୍ ହୋଇଯିବ I ଦୁର୍ନୀତି ଭ୍ରଷ୍ଟାଚାର ଯାଜପୁରବାସୀ ଜବାବ ଦେବା ଆରମ୍ଭ କରିଛନ୍ତି । ନିର୍ବାଚନ ପରେ ମଧ୍ୟ ଏହା ଚାଲିଛି । ଯାଜପୁର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଯୋଗ ଦେଉଛନ୍ତି । ଏହା ସହିତ ହଜାର ହଜାର ବିଜେଡି କର୍ମୀ ବିଜେପିରେ ସାମିଲ ହେଉଛନ୍ତି ।
You Can Read:
ହାତୀଙ୍କ ପାଇଁ ଜଙ୍ଗଲ ଅଭାବ, ସୁରକ୍ଷା ପାଇଁ ଅଧିକ ଜଙ୍ଗଲ ସୃଷ୍ଟି କରିବେ ସରକାର : ଜଙ୍ଗଲ ଓ ପରିବେଶ ମନ୍ତ୍ରୀ