ହାତୀଙ୍କ ପାଇଁ ଜଙ୍ଗଲ ଅଭାବ, ସୁରକ୍ଷା ପାଇଁ ଅଧିକ ଜଙ୍ଗଲ ସୃଷ୍ଟି କରିବେ ସରକାର : ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

Published By : Prameya-News7 Bureau | November 06, 2024 IST

ଭୁବନେଶ୍ବର ୬।୧୧: ହାତୀଙ୍କ ସୁରକ୍ଷା ପାଇଁ ଅଧିକ ଜଙ୍ଗଲ ସୃଷ୍ଟି କରିବେ ସରକାର । ହାତୀଙ୍କ ପାଇଁ ଜଙ୍ଗଲ ଅଭାବ ପ୍ରସଙ୍ଗରେ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ । ଅଧିକ ଜଙ୍ଗଲ ସୃଷ୍ଟି କରିବା ପାଇଁ ସାଧାରଣ ଲୋକଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି କରୁଛନ୍ତି । 

ରାଜ୍ୟରେ ଜଙ୍ଗଲ ତୁଳନାରେ ଅଧିକ ହାତୀ ରହିଛନ୍ତି । ତେଣୁ ବର୍ତ୍ତମାନ ବିଭାଗ ଚିନ୍ତା କରୁଛି ଅଧିକ ଜଙ୍ଗଲ ସୃଷ୍ଟି କରିବା ଲାଗି । ବର୍ତ୍ତମାନ ଜଙ୍ଗଲ କେତେ ପରିମାଣରେ ରହିଛି ଆଉ କେତେ ଆବଶ୍ୟକ ରହିଛି ବର୍ତ୍ତମାନର ପରିସ୍ଥିତି ହାତୀଙ୍କୁ ସୁହାଉଛି କି ନାହିଁ ଏବଂ ସେମାନଙ୍କ ଖାଇବା ପିଇବାରେ ଅସୁବିଧା ହେଉଛି କି ତାର ଅନୁଧ୍ୟାନ ବିଭାଗ କରୁଛି । ସମସ୍ତ ବିଶେଷଜ୍ଞଙ୍କ ସହ ଆଲୋଚନା କରି ଅଧିକ ପଦକ୍ଷେପ ନିଆଯିବ । ହେନ୍ତାଳ ବଣଠୁ ନେଇ ଗ୍ରାମ୍ୟ ଜଙ୍ଗଲ ବଢାଇବା ପାଇଁ ସରକାର ପଦକ୍ଷେପ ନେବା ସହ ସାଧାରଣ ଲୋକଙ୍କୁ ମଧ୍ୟ ସାମିଲ କରାଯିବ ।   ଅଧିକ ଜଙ୍ଗଲ ସୃଷ୍ଟି କରିବା ପାଇଁ ସାଧାରଣ ଲୋକଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି କରୁଛନ୍ତି । 

କେଉଁ କାରଣରୁ ରାଜ୍ୟରେ ଏତେ ସଂଖ୍ୟକ ହାତୀ ମରୁଛନ୍ତି ତାହାର ତଦନ୍ତ କରାଯାଉଛି । ଶିକାରୀ ଦ୍ୱାରା କି ବିଦ୍ୟୁତ ଦ୍ୱାରା ମରିଛନ୍ତି ତାହାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । 


You Can Read:

ଇସ୍କନ ସଂକୀର୍ତ୍ତନ ଯାତ୍ରାରେ ଗଡ଼ିବ ରଥ ; କିନ୍ତୁ ରଥାରୂଢ଼ ହେବେନି ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.