ଶିଶୁପାଳ ଗଡ଼ ଚିରଦିନ ପାଇଁ ଲୁପ୍ତ, 'ଜଣେ ଐତିହ୍ୟ କର୍ମୀର କଥା ଓ ବ୍ୟଥା' ଉନ୍ମୋଚିତ

Published By : Prameya-News7 Bureau | November 21, 2024 IST

ଭୁବନେଶ୍ବର ୨୧।୧୧: ପୂର୍ବତନ ଡ଼ି.ଜି. ପୋଲିସ ଅମିୟ ଭୂଷଣ ତ୍ରିପାଠୀଙ୍କ ଲିଖିତ ପୁସ୍ତକ “ଜଣେ ଐତିହ୍ୟ କର୍ମୀର କଥା ଓ ବ୍ୟଥା” ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି । ପୂର୍ବତନ ପ୍ରଶାସକ ସଞ୍ଜିବ ଚନ୍ଦ୍ର ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ପୁସ୍ତକର ସମୀକ୍ଷା କରିଥିଲେ ଐତିହାସିକ ନିହାର ରଂଜନ ପଟ୍ଟନାୟକ । ପୁସ୍ତକର ବିଷୟ ବସ୍ତୁ ଉପରେ ଆଲୋଚନା କରି ଓଡ଼ିଶାର ତିନୋଟି ପ୍ରମୁଖ ଐତିହ୍ୟ କୋଣାର୍କ, ଶିଶୁପାଳ ଗଡ଼ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ସଙ୍ଗେ ଶ୍ରୀ ତ୍ରିପାଠୀ ଘନିଷ୍ଠ ଭାବେ ଜଡ଼ିତ ଓ ତାଙ୍କ ଅନୁଭୂତିର ଉପାଦେୟତା କେବଳ ପାଠକ ମହଲରେ ଆଦୃତ ହେବ ନାହିଁ, ସରକାରୀ ସ୍ତରରେ ମଧ୍ୟ ପ୍ରାସଙ୍ଗିକ ହେବ । 

ସମ୍ମାନିତ ଅତିଥି ସୌମ୍ୟରଂଜନ ପଟ୍ଟନାୟକ ଓଡ଼ିଶାରେ ଐତିହ୍ୟ ସୁରକ୍ଷା ଦିଗରେ ବ୍ୟକ୍ତିଗତ ଓ ଜାତୀୟ ସାଂସ୍କୃତିକ ନିଧି (ଇନ୍ଟାକ୍‌) ମାଧ୍ୟମରେ ଶ୍ରୀ ତ୍ରୀପାଠୀଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ ।

ମୁଖ୍ୟ ଅତିଥି ବିଚାରପତି ଦୀପକ ମିଶ୍ର ଦିଂବଗତ ଉଷାରାଣୀ ତ୍ରିପାଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପୁସ୍ତକରେ ବର୍ଣ୍ଣିତ ଲେଖକଙ୍କ ଅନୁଭୂତିମାନ ଐତିହ୍ୟ ସୁରକ୍ଷା ଦିଗରେ ତାଙ୍କ ଉତ୍ସର୍ଗୀକୃତ ଆଭିମୁଖ୍ୟ ଓ ଏହା ପାଠକମାନଙ୍କୁ ପ୍ରେରଣା ଦେବ ବୋଲି ଆଶାବ୍ୟକ୍ତ କରିଥିଲେ । କଳିଙ୍ଗ ହେରିଟେଜ୍‌ ସଂସ୍ଥାର ସଭାପତି ଅନିଲ ଦେ ଓ ରାଜ୍ୟ ଇଥ୍‌ଟାକ୍‌ର ନିର୍ଦ୍ଦେଶିକା ମଲ୍ଲିକା ମିତ୍ର ଐତିହ୍ୟ ସୁରକ୍ଷା ଦିଗରେ ଲେଖକଙ୍କ ସଙ୍ଗେ କାମ କରିବା ଅନୁଭୂତି ଉପରେ ଆଲୋକପାତ କରିଥିଲେ । ସଭାପତି ଶ୍ରୀ ହୋତା ୧୯୯୪ ମସିହାଠାରୁ ରେଭେନ୍ସା ମହାବିଦ୍ୟାଳୟର ବିକାଶ ପାଇଁ ଗଠିତ ହୋଇଥିବା ଟ୍ରଷ୍ଟରେ ତାଙ୍କର ଓ ଲେଖକଙ୍କ ଭୂମିକା ଓ ପରବର୍ତ୍ତୀ କାଳରେ ରାଜ୍ୟରେ ଐତିହ୍ୟ ସୁରକ୍ଷା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ।

ସଭା ପରିଚାଳଥା କରିଥିଲେ ଲେଖକଙ୍କ କନିଷ୍ଠ ଜାମାତା ପି.ଏମ୍‌.ଓ ର ଅତିରିକ୍ତ ସଚୀବ ଶୁଭାଶିଷ ପଣ୍ଡା ଓ ଧନ୍ୟବାଦ ଅର୍ପଣ କରିଥିଲେ ଜ୍ୟେଷ୍ଠ ଜାମାତା, ଜାତୀୟ ପୋଷ୍ଟାଲ ବୋର୍ଡ଼ର ଅବସରପ୍ରାପ୍ତ ସଦସ୍ୟ ବିଶ୍ୱପାବନ ପତି ।

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.