ବ୍ଲକ ସମ୍ମୁଖରେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିଜକୁ ଜାଳି ଦେଲେ

Published By : Prameya-News7 Bureau | October 07, 2024 IST

Breaking_1

ବ୍ରହ୍ମପୁର: ବ୍ଲକ ସମ୍ମୁଖରେ ଭୟଙ୍କର ଘଟଣା।ନିଜ ଦେହରେ ନିଆଁ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସଦରଥାନା ଅନ୍ତର୍ଗତ କୁକୁଡାଖଣ୍ଡି ବ୍ଲକ ସାମ୍‌ନାରେ। 

ସୂଚନା ଅନୁଯାୟୀ, ରାଣୀ ପ୍ରଧାନ (୨୧) ନାମକ ଜଣେ ଯୁବତୀ, ଶରୀରରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସ୍ଥାନୀୟ ଲୋକେ ଜଳୁଥିବା ଯୁବତୀଙ୍କୁ ଉଦ୍ଧାର ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ ମଦ୍ୟପ ବାପାର ଅତ୍ୟାଚାର ସହି ନପାରି ଏଭଳି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.