ଚାରି ମାସ ବନ୍ଦ ପରେ ଖୋଲିଲା ମିଶନ ଶକ୍ତି କାଫେ

Published By : Prameya-News7 Bureau | October 07, 2024 IST

ଚଣ୍ଡିଖୋଲ: ଚାରି ମାସ ବନ୍ଦ ପରେ ଖୋଲିଲା ବଡ଼ଚଣା ବ୍ଲକଠାରେ ଥିବା ମିଶନ ଶକ୍ତି କାଫେ । ଫଳରେ ଏଠାରେ ନିୟୋଜିତ ଥିବା ମହିଳାଙ୍କ ମୁହଁରେ ହସ ଫୁଟିଛି। ଏହି କାଫେ ମାର୍ଚ୍ଚ ମାସ ୮ ତାରଖରେ ଉଦଘାଟିତ ହୋଇଥିଲା। ଏଠାରେ ୧୦ରୁ ଉର୍ଦ୍ଧ୍ବ ମହିଳା ସ୍ୱବାବଲମ୍ବୀ ହୋଇ ନିଜ ପରିବାର ପ୍ରତିପୋଷଣ କରିଆସୁଥିଲେ। ହେଲେ ୪ ମାସ ପରେ ପାନୀୟ ଜଳ ଓ ବ୍ୟବହାର ପାଣି ଅନୁପଯୁକ୍ତ କାରଣରୁ ଏହି କାଫେ ବନ୍ଦ ରହିଥିଲା।

ତେବେ ସମସ୍ୟାର ସମାଧାନ ପରେ ୪ ମାସ ପରେ ଏହି କାଫେ ଖୋଲାଯାଇଛି । ଫଳରେ ଦାୟିତ୍ୱରେ ଥିବା ମହିଳାମାନେ ଖୁସି ଅନୁଭବ କରିଛନ୍ତି । ପୂର୍ବରୁ ଭଲ ଚାଲୁଥିଲା । ଏବେ ବନ୍ଦ ପରେ ଖୋଲା ହେଲା । ଆଗକୁ ଦଶହରା ଥିବାରୁ ଭଳ ବେପାର ହେବା ବୋଲି ଆଶା ରଖିଛନ୍ତି ମହିଳାମାନେ । ଏଠାରେ ଜଳଖିଆ ସାଂଗକୁ ମଧ୍ୟାହ୍ନରେ ଆମିଷ ଓ ନିରାମିଶ ଭୋଜନର ବ୍ୟବସ୍ଥା ରହିଛି। ଜନସାଧାରଣଙ୍କ ସୁଲଭ ମୂଲ୍ୟରେ ଖଦ୍ୟ ଦିଆ ଯାଇଥିବା କହିଛନ୍ତି ମହିଳା । ଅନ୍ୟ ପକ୍ଷେ ଏଠାରେ ଭଲ ପରିବେଶ ସହ ଭଲ ଓ କମ୍‌ ଦାମ୍‌ରେ ସୁଲଭ ଖାଦ୍ୟ ଦିଆଯାଉଥିବା ଗ୍ରାହକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.