୧୨ ନମ୍ବର ଜୋନରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ଉଦବୋଧନରେ ବିଜେପିକୁ ଟାର୍ଗେଟ

Published By : Prameya-News7 Bureau | October 07, 2024 IST

ନୀଳଗିରି: ଅକ୍ଟୋବର ୨ ଠାରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ବ କରିଛି ବିଜେଡି। ଏହିକ୍ରମରେ ସୋମବାର ୧୨ ନମ୍ବର ଜୋନରେ ପୂର୍ବତନ ବିଧାୟକ ସୁକାନ୍ତ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି ପଦଯାତ୍ରା। ଜାଡ଼ିବାଲି ଠାରୁ ପଦଯାତ୍ରା ଆରମ୍ଭ ହୋଇ ଅଯୋଧ୍ୟା ଗୋପାଳପୁର ପର୍ଯ୍ୟନ୍ତ ଯାଇଥିଲା। ଏହା ପରେ  ଆୟୋଜିତ ଏକ ସଭାରେ ୧୩ ନମ୍ବର ଜିଲ୍ଲାପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ୧୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ସୁବର୍ଣ୍ଣ ମଞ୍ଜରୀ ସିଂ, ନୀଳଗିରି ବ୍ଲକ ଅଧ୍ୟକ୍ଷ ଶୁଭଲକ୍ଷ୍ମୀ ମାଝୀ, ଏନଏସି ପୁର୍ବତନ ଅଧକ୍ଷା ଅମ୍ବିକା ଦାସ, ବିଜେଡି ନେତା ମଦନ ମୋହନ ମାଝୀ, ଉପେନ୍ଦ୍ର ଦାସ, ଉପେନ୍ଦ୍ର ନାୟକ, ରାଜୀବ ଦାସ ବାବୁ, ଶରତ ଦାସ, ସମିତିସଭ୍ୟା ବିଦ୍ୟୁତପ୍ରଭା ପାତ୍ରଙ୍କ ସମେତ ବହୁ ଆଗଧାଡ଼ିର କର୍ମୀମାନେ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।

ବକ୍ତବ୍ୟରେ ବିଜେଡି ନେତା ବିଜେପି ଉପରେ ବର୍ଷିଛନ୍ତି। ବିଜେପି ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ କ୍ଷମତାକୁ ଆସିଥିବା ବେଳେ ଏବେ ରାଜ୍ୟରେ ଶାସନ ଭାର କରିବାରେ ବିଫଳ ହୋଇଛି। ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇ ଯେଉଁ ଭୋଟ ହାତେଇ ସତ୍ତାକୁ ଆସିଛି ତାହା ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟର ମାନେ ଜବାବ ଦେବେ ବୋଲି କୁହିଛନ୍ତି ବିଜେଡି ନେତା।ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳର ୧୦ ବର୍ଷରେ ଖୁବ୍‌ ବିକାଶ ହୋଇଛି। ସେହିଭଳି, କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଇଂ ସୁକାନ୍ତ ନାୟକ କହିଛନ୍ତି, ଅଞ୍ଚଳବାସୀଙ୍କ ପାଇଁ ବିକାଶର ମୁଦ୍ଦା ମୋର ପ୍ରାଧନ୍ୟ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.