ନୀଳଗିରି ହସ୍ପିଟାଲର ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟ ସେବା, ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ସହ ସାଂସଦ-ବିଧାୟକଙ୍କ ଆଲେଚନା

Published By : Prameya-News7 Bureau | October 07, 2024 IST

ନୀଳଗିରି: ବାଲେଶ୍ଵର ଜିଲ୍ଲା ଗସ୍ତରେ ଆସିଥିବା ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହିତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବିଧାୟକ ସନ୍ତୋଷ ଖଟୁଆ ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ଲାଗି ରହିଥିବା ସ୍ଵାସ୍ଥ୍ୟସେବାରେ ଅବ୍ୟବସ୍ଥା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ପାଇଁ ଉପଖଣ୍ଡ ହସ୍ପିଟାଲ ଉପରେ ନିର୍ଭର କରିଥାନ୍ତି।

ରୋଗୀ ସ୍ୱାସ୍ଥ୍ୟ ସେବା ପାଇବେ କଣ ଅଧିକା ରୋଗୀ ହୋଇ ଫେରିବା ଭଳି ସମସ୍ୟା ଲାଗି ରହିଛି। ସ୍ୱଚ୍ଛତା ସହିତ ନିମ୍ନମାନର ଖାଦ୍ୟ ଯୋଗାଣ ଅଭିଯୋଗ ହୋଇଆସୁଛି।ଅନେକ ଡାକ୍ତର ପଦବୀ ଖାଲି ଥିବାବେଳେ ଏସଡିଏମ ସମେତ କେହି ସରକାରୀ ବାସଭବନରେ ରହୁନାହାନ୍ତି।ସେହିଭଳି ତିନିଜଣ ନର୍ସିଂ ସିଷ୍ଟର ପଦବୀ ଖାଲି ହୋଇ ବର୍ଷ ବର୍ଷ ହୋଇ ପଡ଼ିଥିବା ବେଳେ ସେହି ସ୍ଥାନରେ ଦୁଇଜଣ ନର୍ସିଂ ଅଫିସର ଯାଇ କାମ କରୁଛନ୍ତି।ପିପିସି ସେଣ୍ଟର ସେଭଳି କାର୍ଯ୍ୟକ୍ଷମ ହେଉଥିବା ବେଳେ ଜଣେ ନର୍ସ ସେଭଳି କିଛି କାମ ନଥାଇ ବସି ବସି ଘରକୁ ଯାଉଛନ୍ତି।

ସେହିଭଳି ଅପରେସନ ସେଣ୍ଟର ଅଳ୍ପଦିନ କାର୍ଯ୍ୟକ୍ଷମ ହେଉଥିବା ବେଳେ ସେଠାରେ ନିଶା ଡାକ୍ତର ନଥିବା ବେଳେ ଜଣେ ନର୍ସ ନିୟୋଜିତ ହୋଇଛନ୍ତି। ଅପରେସନ ହେଲେ କାମ ଥାଏ ନହେଲେ ଓପିଡିରେ ସେ ସହଯୋଗ କରୁଛନ୍ତି। ନର୍ସିଂ ଅଫିସର ୪ଜଣ ୱାର୍ଡରେ କାର୍ଯ୍ୟ କରୁନଥିବା ବେଳେ ଏବେ ସ୍ୱାସ୍ଥ୍ୟ ସେବାରେ ବ୍ୟାଘାତ ହେଉଛି।ଗୋଟିଏ ପଟେ ନର୍ସିଂ ଅଫିସର ପଦବୀ ଖାଲି ଆଗୋଟିଏ ପଟେ ୱାର୍ଡ ଡିଉଟିରୁ ହଟାଇ ଅଫିସ କାମରେ ଲଗାଇବା କେତେଦୂର ଯୁକ୍ତିଯୁକ୍ତ ବୋଲି କୁହାଯାଇଛି। ଜଣେ ନର୍ସିଂଅଫିସର ଡେଲିଭରି କରିବା ସମୟରେ ସେହି ସମୟରେ ଗୁରୁତର ଡାଇରିଆ ପେସେଣ୍ଟ ଆସିଲେ ତାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ସମ୍ବବ ହେଉନି।ଫଳରେ ରୋଗୀର ଜୀବନ ପ୍ରତି ବିପଦ ମଧ୍ୟ ଘାରିଛି।ଚକ୍ଷୁ ବିଶେଷଜ୍ଞ ଡେ ଓ ନାଇଟ ଡିଉଟି କରୁଥୁବାରୁ ଚକ୍ଷୁ ୱାର୍ଡ ଓ ପରୀକ୍ଷା କେନ୍ଦ୍ର କଣ ପାଇଁ ରହିଛି ଏନେଇ ପ୍ରଶ୍ନ ଉଠିଛି।

ହସ୍ପିଟାଲ ପ୍ରୋଗ୍ରାମ ମ୍ୟାନେଜର ହସ୍ପିଟାଲ ପରିଚାଳନା କରିବାରେ ବିଫଳ ହୋଇଥିବା ବେଳେ ଆଜକୁ ମାସେରୁ ଉର୍ଦ୍ଧ୍ଵ ହେବ ଛୁଟି ନେଇ ହସ୍ପିଟାଲ ଆସୁନଥିବା ଜଣାପଡିଛି।ଏପରିକି ଛୁଟି ବଢ଼େଇ ଚାଲୁଥିବା ବେଳେ ଏସଡିଏମଓ ତାଙ୍କୁ କିଛି କହିବାକୁ ଭୟ କଲା ଭଳି ଚୁପ ରହୁଛନ୍ତି। ଅନେକ ଡାକ୍ତର ସଠିକ ସମୟରେ ଆସୁ ମଧ୍ୟ ନାହାନ୍ତି। ଅନେକ ଡାକ୍ତର ରାତି ଡିଉଟି ନକରି ହସ୍ପିଟାଲ ପରିଚାଳନା ଉପରେ ହସ୍ତକ୍ଷେପ କରିବା ସହ ହସ୍ପିଟାଲର ଦୁର୍ବଳତା ପଦାରେ ପକାଇ ପୁଣି ଏହାର ସମାଧାନ କରି ବାଃ ବାଃ ନେଉଛନ୍ତି। ଏଭଳି ଅବ୍ୟସ୍ଥାରେ ହସ୍ପିଟାଲ ଚାଲୁଥିବା ବେଳେ ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଫଳ ଶୂନ।

ସେହିପରି ଅନେକ କାର୍ଯ୍ୟରେ ଅନିୟମିତତା ସାଙ୍ଗକୁ ଆରକେଏସରୁ ମଧ୍ୟ ଅନେକ ଖର୍ଚ୍ଚରେ ଅନିୟମିତତା ହୋଇଥିବା ଜଣାପଡିଛି। ଅନେକ ଥର ବିଧାୟକ ସନ୍ତୋଷ ଖଟୁଆ ଅଚାନକ ପରିଦର୍ଶନ ପରେ ତାଗିଦ ମଧ୍ୟ କରିଥିଲେ। ସେବେଠାରୁ ପ୍ରୋଗ୍ରାମ ମ୍ୟାନେଜର ଅନୁପସ୍ଥିତ ରହିବା ସନ୍ଦେହ ଦେଖାଯାଇଛି।ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ବାଲେଶ୍ୱର ଗସ୍ତରେ ଆସିଥିବା ବେଳେ ଆଜି ସମସ୍ତ ଘଟଣା ସାଂସଦ ଶ୍ରୀ ଷଡ଼ଙ୍ଗୀ ଓ ବିଧାୟକ ଶ୍ରୀ ଖଟୁଆ ଦୃଷ୍ଟି ଆକର୍ଷଣ କରି ଏହାର ସମାଧାନ କରିବାକୁ ଦାବି କରିଛନ୍ତି।ଅନିୟମିତାର ତଦନ୍ତ ହେବା ସହ ଖୁବଶୀଘ୍ର ଖାଲିଥିବା ପଦବୀ ପୂରଣ ହେବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.