ମହାରାଷ୍ଟ୍ରରରେ ବୁରାରି ଘଟଣାର ପୁନରାବୃତ୍ତି; ଗୋଟିଏ ଘରୁ ମିଳିଲା ପରିବାରର ୪ ମୃତଦେହ, ଯାଞ୍ଚରେ ପୋଲିସ

Published By : Prameya-News7 Bureau | September 20, 2024 IST

ମୁମ୍ଵାଇ ୨୦।୦୯: ମହାରାଷ୍ଟ୍ରର ଧୁଲେରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଏହି ଭୟଙ୍କର ମାମଲା ଦିଲ୍ଲୀର ବୁରାରୀ ଘଟଣାକୁ ମନେ ପକାଇଛି। ସମରଥ ନଗର କଲୋନୀର ଏକ ଘରୁ ଚାରି ଜଣଙ୍କ ମୃତଦେହ ମିଳିଛି । ଯାହା ପରେ ସେଠାରେ ହଇଚଇ ସୃଷ୍ଟି ହୋଇଛି । ମୃତକଙ୍କ ମଧ୍ୟରେ ପ୍ରବୀଣ ମାନସିଂହ, ତାଙ୍କ ପତ୍ନୀ ଦୀପାଞ୍ଜଳି ଏବଂ ଦୁଇ ପୁଅ ମିତେଶ ଏବଂ ସୋହମ୍ ଅଛନ୍ତି। ଏହି ମାମଲା ସମ୍ପର୍କରେ ଧୁଲେ ପୋଲିସ ପୋଷ୍ଟମର୍ଟମ ପାଇଁ ପୁରା ପରିବାରର ମୃତଦେହକୁ ପଠାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଅନେକ ରହସ୍ୟ ପ୍ରକାଶ ପାଇବ ବୋଲି ଆଶଙ୍କା କରାଯାଉଛି। ଏହା ବ୍ୟତୀତ ପ୍ରବୀଣଙ୍କ ପରିବାରକୁ ମଧ୍ୟ ଏହି ଭୟାନକ ଘଟଣା ବିଷୟରେ ସୂଚନା ଦିଆଯାଇଛି। ସମଗ୍ର ପରିବାରର ମୃତ୍ୟୁ ଖବର ଶୁଣିବା ପରେ ପରିବାର ଶକ୍ତ ଆଘାତ ଲାଗିଛି। 

ବର୍ତ୍ତମାନ ପୋଲିସ ଉଭୟ ପକ୍ଷରୁ ଏହି ଘଟଣାର ତଦନ୍ତ କରୁଛି । ଏପର୍ଯ୍ୟନ୍ତ ଯାଞ୍ଚରେ ପୋଲିସ ଅନୁମାନ କରିଛି ଯେ ପ୍ରବୀଣ ପ୍ରଥମେ ତାଙ୍କ ପରିବାରକୁ ବିଷ ଖାଇବା ଦେଇ ପରେ ନିଜରେ ଆତ୍ମହତ୍ୟା କରିଥିବେ। କାରଣ ପ୍ରବୀଣଙ୍କ ମୃତଦେହ ଝୁଲୁଥିବା ବେଳେ ତାଙ୍କ ପତ୍ନୀ ଦୀପଞ୍ଜଳି ଏବଂ ଦୁଇ ପୁଅ ମିତେଶ ଏବଂ ସୋହମଙ୍କ ମୃତଦେହ ତଳେ ପଡ଼ି ରହିଥିଲା। ବିଷାକ୍ତ ପଦାର୍ଥ ପିଇବା କାରଣରୁ ଅବଶିଷ୍ଟ ତିନି ଜଣଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଘଟଣାରୁ ପୋଲିସ ମଧ୍ୟ ଅନୁସନ୍ଧାନ କରୁଛି କି ପ୍ରବୀଣ ତାଙ୍କ ପରିବାର ସହିତ ମିଳିତ ଭାବେ ଆତ୍ମହତ୍ୟା କରିଛନ୍ତି କି? ନା ସମଗ୍ର ପରିବାରର ହତ୍ୟାକୁ ଆତ୍ମହତ୍ୟା ରୂପ ଦିଆଯାଇଛି। 

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଘରେ ଏହି ଦୃଶ୍ୟ ଦେଖିବା ପରେ ପୋଲିସ ଟିମ୍ ତୁରନ୍ତ ପରିବାରର ସମସ୍ତ ଚାରିଜଣ ସଦସ୍ୟଙ୍କୁ ହସ୍ପିଟାଲକୁ ପଠାଇଥିଲେ। ଯେଉଁଠାରେ ଡାକ୍ତରମାନେ ପହଞ୍ଚିବା ପରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ସମସ୍ତ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ସମ୍ପୃକ୍ତ ପୋଲିସ ଷ୍ଟେସନର ପୋଲିସ ଅଧିକାରୀ କହିଛନ୍ତି ଯେ ସମଗ୍ର ପରିବାରର ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନାହିଁ। ଏହି ଘଟଣାର ସତ୍ୟତା ଆଣିବା ପାଇଁ ଅନୁସନ୍ଧାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.