ଆଠଗଡ଼: ନୂଆ ପନ୍ଥା ଆପଣାଇଛନ୍ତି ଗୋ ଚାଲାଣକାରୀ। ଏବେ ଗୋ-ଚାଲାଣ ନୁହେଁ ବରଂ ସିଧାସଳଖ କରୁଛନ୍ତି ଗୋ ମାଂସ ଚାଲାଣ। ତିଗିରିଆ ଅଞ୍ଚଳରେ ପ୍ରତିଦିନ ଶହ ଶହ ଗୋରୁଙ୍କୁ ହତ୍ୟା କରାଯାଇ କଣ୍ଟେନର ଯୋଗେ ଟନ ଟନ ଗୋ ମାଂସକୁ ଚାଲାଣ ହେଉଛି ଆନ୍ତଃରାଜ୍ୟ କଲିକତା ଓ ହାଇଦ୍ରାବାଦ ଅଞ୍ଚଳକୁ। ଏନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା।
ଏଥର ବଡ଼ମ୍ବା ପୋଲିସ୍ ହାତରେ ଧରାପଡ଼ିଛି ଆନ୍ତଃରାଜ୍ୟ ଚାଲାଣ ହେଉଥିବା ଗୋ ମାଂସ ବୋଝେଇ କଣ୍ଟେନର। ଗୁରୁବାର ବିଳମ୍ବିତ ରାତିରେ ବଡ଼ମ୍ବା ହାଟ ଛକରେ ପାଟ୍ରୋଲିଂ ବେଳେ ଗୋମାଂସ ବୋଝେଇ କଣ୍ଟେନରକୁ ଜବତ କରିବା ସହ ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍।
ଜବତ ଗୋ ମାଂସ ଓଜନ ୩୦ ଟନରୁ ଉର୍ଦ୍ଧ୍ୱ ହେଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି। ଜବତ ଗୋ ମାଂସଙ୍କୁ ପୋତାଯାଇଥିବା କହିଛନ୍ତି ଆଠଗଡ ଏସଡିପିଓ ରବିନ୍ଦ୍ର କୁମାର ମଲ୍ଲିକ।