ମୋହନା ୩।୧୧: ପୋଲିସ ହେପାଜତରୁ ଚମ୍ପଟ ମାରିଲା ଆସାମୀ l ଦୁଷ୍କର୍ମ ମାମଲାରେ ଗିରଫ କରିଥିଲା ମହାରାଷ୍ଟ୍ର ପୋଲିସ । ଗୋଡରେ ବେଡି ପଡିଥିବା ଅବସ୍ଥାରେ ଆସାମୀ ଫେରାର ହୋଇଯାଇଛି । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛି ପୋଲିସ । ଏପର୍ଯ୍ୟନ୍ତ ପାଇନି ସନ୍ଧାନ ।
ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲା ମୋହନା ବଜାରରେ ଥିବା ଏକ ଲଜ୍ରୁ ଆସାମୀ ଚମ୍ପଟ ମାରିଛି । ପୋଲିସକୁ ଚକ୍ମା ଦେଇ ଆସାମୀ ଚମ୍ପଟ ମାରିଛି l ଚମ୍ପଟ ମାରିଥିବା ଆସାମୀ ଜଣକ ହେଲେ ମୋହନା ଥାନା ଅନ୍ତରବା ପୁରୁଣା ସାହିର ଜୁଏଲ ଶବର l ଜୁଏଲକୁ ଏକ ଦୁଷ୍କର୍ମ ମାମଲାରେ ମହାରାଷ୍ଟ୍ରର ନାଗପୁର ପୋଲିସ ଗିରଫ କରିଥିଲା । ଆକୋଲା ଷ୍ଟେସନରୁ ଗିରଫ ପରେ ଶନିବାର ବିଳମ୍ବିତ ରାତିରେ ତଦନ୍ତ ପାଇଁ ମୋହନା ଆଣିଥିଲେ l ତେବେ ଜୁଏଲର ଗୋଡ଼ରେ ବେଡି ପକାଇ ଲଜ୍ରେ ଗାଧୋଉଥିଲେ ପୋଲିସ କର୍ମଚାରୀ l ଏହାର ସୁଯୋଗ ନେଇ ଜୁଏଲ ଲଜ୍ରୁ ତଳକୁ ଆସି ଚମ୍ପଟ ମାରିଛି l ନାଗପୁର ପୋଲିସ ମୋହନା ପୋଲିସ ସହାୟତାରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛି l
You Can Read: