ମୁମ୍ଵାଇ ୧୮।୦୬: ବଲିଉଡ ଅଭିନେତ୍ରୀ ଅମିଷା ପଟେଲ ବର୍ତ୍ତମାନ ତାଙ୍କ ଅସୁବିଧା ବଢିଛି। ଶନିବାର ଦିନ ଅମିଷା ପଟେଲ ଏକ ଠକେଇ ମାମଲାରେ ହାଜର ହେବା ପାଇଁ ରାଞ୍ଚି ସିଭିଲ କୋର୍ଟରେ ପହଞ୍ଚିଥିଲେ । ତା’ପରେ ଅଭିନେତ୍ରୀ ଆତ୍ମସମର୍ପଣ କରିଥିଲେ। ଅମିଶା ଏବଂ ତାଙ୍କ ବ୍ୟବସାୟିକ ସହଯୋଗୀ କୁଣାଲ ଗୁମରଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଥିଲା। ଟଙ୍କା ନେଇ ଏକ ମ୍ୟୁଜିକ୍ ଆଲବମ୍ ତିଆରି କରିନଥିବା ସହ ତାଙ୍କୁ ପ୍ରତାରଣା ଓ ଧମକାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ରାଞ୍ଚି ସିଭିଲ କୋର୍ଟ ଅଭିନେତ୍ରୀଙ୍କୁ କୋର୍ଟରେ ହାଜର ହେବାକୁ କହିଥିଲେ। କିନ୍ତୁ ସେ ଠିକ୍ ସମୟରେ ହାଜର ହୋଇନଥିଲେ । ଏହା ପରେ କୋର୍ଟ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲେ।
wp:gallery {"linkTo":"none"} /wp:galleryକୋର୍ଟରେ ହାଜର ହେବା ପରେ ଅମିଶାଙ୍କୁ ୨୧ ପର୍ଯ୍ୟନ୍ତ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୨୧ରେ ଅନୁଷ୍ଠିତ ହୋଇଥିଲା। ଅମିଶାଙ୍କୁ ମଧ୍ୟ ଉପସ୍ଥିତ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହି ସମୟରେ ଅଭିନେତ୍ରୀ ମୁହଁ ଲୁଚାଇ ସେଠାରେ ପହଞ୍ଚିଥିଲେ । ଯାହାର ଫଟୋ ସାମ୍ନାକୁ ଆସିଥିଲା ।
wp:embed {"url":"https://www.prameyanews7.com/arun-govil-very-angry-on-adi-purush-movie/","type":"wp-embed","providerNameSlug":"prameya-news-7"}କହିବାକୁ ଗଲେ ଅଜୟ କୁମାର ସିଂ ୧୭ ନଭେମ୍ବର ୨୦୧୮ ରେ CJM କୋର୍ଟରେ ଏହି ମାମଲା କରିଥିଲେ। ଅଭିଯୋଗ ହୋଇଛି ଯେ ଅମିଶା ପଟେଲ ସଂଗୀତ ନିର୍ମାଣ ନାମରେ ଅଜୟ କୁମାର ସିଂଙ୍କ ଠାରୁ ୨.୫ କୋଟି ଟଙ୍କା ନେଇଛନ୍ତି। କିନ୍ତୁ ଏହା ପରେ ସେ ସଙ୍ଗୀତ ନିର୍ମାଣ ଦିଗରେ କୌଣସି ପଦକ୍ଷପ ନେଇ ନାହାଁନ୍ତି। ଏହା ପରେ ଅଜୟ ସିଂ ଅଭିନେତ୍ରୀଙ୍କ ବିରୋଧରେ ମକଦ୍ଦମା ଦାୟର କରିଥିଲେ।
wp:embed {"url":"https://www.prameyanews7.com/instead-of-increasing-the-collection-of-adipurush-fell-in-the-weekend/","type":"wp-embed","providerNameSlug":"prameya-news-7"}