ଭୁବନେଶ୍ବର ୧୩।୧୧: ଏଣିକି ୭ ବର୍ଷ ପରେ ଜଣେ ଏସ୍ଆଇ ହୋଇପାରିବେ ଇନ୍ସପେକ୍ଟର । ପଦୋନ୍ନତି ସମୟସୀମାକୁ ହ୍ରାସ କରିଛନ୍ତି ରାଜ୍ୟ ସରକାର । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ତେବେ ପୂର୍ବରୁ ଜଣେ ସବ୍ ଇନ୍ସପେକ୍ଟର ୧୦ବର୍ଷ ପରେ ପଦୋନ୍ନତି ପାଇ ଇନ୍ସପେକ୍ଟର ହେଉଥିଲେ । ସବ୍ ଇନ୍ସପେକ୍ଟରଙ୍କ ପଦୋନ୍ନତି ନିୟମ କୋହଳ କରିଛନ୍ତି ରାଜ୍ୟ ସରକାର । ଏବେ ଏହି ସମୟସୀମାକୁ ହ୍ରାସ କରି ୭ ବର୍ଷ କରିଛନ୍ତି ରାଜ୍ୟ ସରକାର ।
ସୂଚନାଯୋଗ୍ୟ ଯେ, ଏସ୍ଆଇମାନଙ୍କ ପଦୋନ୍ନତି ନେଇ ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଦିଆଯାଇଥିଲା ପ୍ରସ୍ତାବ । ଏହି ପ୍ରସ୍ତାବକୁ ସମୀକ୍ଷା କରିବା ପରେ ରାଜ୍ୟ ସରକାର ଓଡ଼ିଶା ପୁଲିସ ମାନୁଆଲ ରୁଲ୍ରେ ଥିବା ନିୟମ ଅନୁଯାୟୀ ଚଳିତ ବର୍ଷ ପାଇଁ ଏସ୍ଆଇରୁ ଇନ୍ସପେକ୍ଟର ରାଙ୍କକୁ ପଦୋନ୍ନତି ପାଇଁ ନିୟମକୁ କୋହଳ କରିଛନ୍ତି ।
You Can Read:
ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ଘଟଣା : ଜଣେ ଗିରଫ, ମାଲିକ ଏବେବି ଫେରାର