ପୁଣି ଘାରିଲା ସଂକ୍ରମଣ ଚିନ୍ତା, ମୁମ୍ବାଇ ପରେ ଏବେ ବେଙ୍ଗାଲୁରୁରେ ମିଳିଲା କରୋନାର ନୂଆ ଭାରିଆଣ୍ଟ ‘ଏରିସ୍’

Published By : Prameya-News7 Bureau | August 10, 2023 IST

ବେଙ୍ଗାଲୁରୁ ୧୦।୮: ଦେଶରେ କରୋନା ଭାଇରସକୁ ନେଇ ପୁଣି ବଢିଲା ଚିନ୍ତା। ବ୍ରିଟେନ ଓ ଆମେରିକାରେ ପୁଣି ଥରେ କୋଭିଡ ଗ୍ରାଫ ଉପରକୁ ଉଠିବା ଆରମ୍ଭ କରିଛି। ବ୍ରିଟେନରେ ଏବେ କୋଭିଡର ନୂଆ ଭାରିଆଣ୍ଟ ‘ଏରିସ୍’ ପ୍ରକୋପ କରୁଥିବା ବେଳେ ଭୂତାଣୁର ନୂଆ ପ୍ରକାର ଏବେ ଭାରତକୁ ମଧ୍ୟ ପହଞ୍ଚି ଯାଇଛି। ମହାରାଷ୍ଟ୍ରରେ ଦେଶର ପ୍ରଥମ ଏରିସ୍‌ ଭୂତାଣୁ ଚିହ୍ନଟ ହୋଇଥିବା ବେଳେ ଏବେ ଏହି ଷ୍ଚ୍ରେନର ମାମଲା ବେଙ୍ଗାଲୁରରେ ମଧ୍ୟ ପହଞ୍ଚି ଯାଇଛି।

{"id":829159,"sizeSlug":"full","linkDestination":"none"}

ଇଣ୍ଡିଆନ ସାର୍ସକୋଭ-ଜିନୋମିକ୍ସ କନସୋର୍ଟିଆ (ଆଇଏନଏସଏସିଓଜି) ଅନୁସାରେ ଦେଶର ମହାରାଷ୍ଟ୍ର ଓ ବେଙ୍ଗାଲୁରୁରେ ଏରିସ୍ କେସ୍ ରିପୋର୍ଟ ହୋଇଛି। ତେବେ ଏହି ଷ୍ଟ୍ରେନ ଯୋଗୁ ଏପର୍ଯ୍ୟନ୍ତ ମାମଲା ସଂଖ୍ୟାରେ ବୃଦ୍ଧି ଦେଖାଯାଇ ନାହିଁ। ହେଲେ ଦେଶରେ ଏବେବି ଓମିକ୍ରନ ମାମଲା ଆସୁଛି। ତେବେ ଏରିସ୍‌ ଏବେ ନୂଆ ଚିନ୍ତାର କାରଣ ପାଲଟିଛି। ଭାରତରେ ଏହି ନୂଆ ଷ୍ଟ୍ରେନ ବ୍ୟାପିବ କି ନା ଆସନ୍ତୁ ଜାଣିବା ସେ ନେଇ କଣ କହୁଛନ୍ତି  ବିଶେଷଜ୍ଞ।

{"id":829160,"width":841,"height":518,"sizeSlug":"full","linkDestination":"none"}

ନୂଆଦିଲ୍ଲୀସ୍ଥିତ ଏମସ୍‌ଙ୍କ କ୍ରିଟିକାଲ କେୟାର ଡିପାର୍ଟମେଣ୍ଟରେ ଆସୋସିଏଟ୍ ପ୍ରଫେସର ଡା. ୟୁଦ୍ଧବୀର ସିଂହ ଏରିସ୍ ଭାରିଆଣ୍ଟ ଦେଶରେ ବେଶ୍ ପୂର୍ବରୁ ଉପସ୍ଥିତ ଥିବା କହିଛନ୍ତି। ହେଲେବି କୌଣସି ରାଜ୍ୟରେ ଏହି ଷ୍ଟ୍ରେନ ବ୍ୟାପିବାର କୌଣସି ପ୍ରମାଣ ଏପର୍ଯ୍ୟନ୍ତ ମିଳିନଥିବା ସେ କହିଛନ୍ତି। ଏଣୁ ହୋଇପାରେ ଏହି ଭାରିଏଣ୍ଟ ହାଲୁକା ଲକ୍ଷଣର ହୋଇଥିବ ବୋଲି ସେ ଅନୁମାନ କରିଛନ୍ତି। କାରଣ ଲକ୍ଷଣ ଗୁରୁତର ହୋଇଥିଲେ ଏପର୍ଯ୍ୟନ୍ତ ରୋଗୀଙ୍କୁ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦିଅନ୍ତାଣି। ଏହା ଛଡା ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢୁଥାନ୍ତା। ହେଲେ ଏପରି କିଛି ବି ହେଉନି। ଏରିସ୍‌ର ଲକ୍ଷଣ ଓମିକ୍ରନ ଭଳି, ଏଣୁ ଭାରତରେ ଏହାକୁ ନେଇ ସେପରି କୌଣସି ବିପଦର ଆକଳନ କରାଯାଉ ନଥିବା ସେ କହିଛନ୍ତି।   

ବ୍ରିଟେନରେ ବ୍ୟାପୁଛି Covid-19ର ନୂଆ ଷ୍ଟ୍ରେନ ‘ଏରିସ୍’, ସତର୍କ କଲେ WHO

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.