ସ୍ୱିଗି ପରେ ଏବେ ଗ୍ରାହକଙ୍କଠୁ ଜୋମାଟୋ ଅସୁଲ କରିବ ପ୍ଲାଟଫର୍ମ ଫି, ଜାଣନ୍ତୁ ଅର୍ଡର ପିଛା ପଡୁଛି କେତେ?

Published By : Prameya-News7 Bureau | August 06, 2023 IST

ନୂଆଦିଲ୍ଲୀ ୬।୮: ଫୁଡ ଡେଲିଭରୀ ଆପ୍ ଜୋମାଟୋରୁ ଏବେ ଖାଦ୍ୟପଦାର୍ଥ ଅର୍ଡର କରିବା ମହଙ୍ଗା ପଡିବ । କାରଣ ଜୋମାଟୋ ଏବେ ସ୍ୱିଗି ଭଳି ନୀତି ଅବଲମ୍ବନ କରୁଛି। ସ୍ୱିଗି ପରେ ଏବେ ଜୋମାଟୋ ମଧ୍ୟ ଗ୍ରାହକଙ୍କଠାରୁ ପ୍ଲାଟଫର୍ମ ଫି ଅସୁଲ କରିବା ଆରମ୍ଭ କରିଛି। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନୀ ଏହି ଫି କିଛି ୟୁଜରଙ୍କ ନିମନ୍ତେ ଲାଗୁ କରିଛି। ଯାହା ଆଗକୁ ପ୍ରତି ଅର୍ଡର ନିମନ୍ତେ ଲାଗୁ ହୋଇପାରେ। ତେବେ ଜୋମାଟୋ କ୍ୱିକ୍ କମର୍ସ ପ୍ଲାଟଫର୍ମ ବ୍ଲିଙ୍କିଟ୍‌କୁ ଏଥିରୁ ଦୂରେଇ ରଖିଛି।

{"id":827082,"width":838,"height":419,"sizeSlug":"full","linkDestination":"none"}

ସ୍ୱିଗି ୨୦୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଜୁନରେ ବମ୍ପର ପ୍ରଫିଟ କରିଛି। ଫଳରେ କମ୍ପାନୀ ପ୍ରଥମ ଥର ଲାଭ ଆଖିରେ ଦେଖିଛି। ସ୍ୱିଗି ପାଖାପାଖି ୪ ମାସ ପୂର୍ବେ ପ୍ରତି ଫୁଡ ଅର୍ଡର ଉପରେ ପ୍ଲାଟଫର୍ମ ଫି ଅସୁଲ କରିବା ଆରମ୍ଭ କରିଥିଲା। ସ୍ୱିଗିରୁ ଖାଇବା ମଗାଇଲେ ପ୍ରତି ଅର୍ଡର ଉପରେ ଏବେ ୨ ଟଙ୍କା ପ୍ଲାଟଫର୍ମ ଫି  ଦେବାକୁ ହେଉଛି। ତେବେ ଜମାଟୋ ଏ ପର୍ଯ୍ୟନ୍ତ ଅର୍ଡର ଉପରେ ଏପରି କିଛି ଫି ଅସୁଲ କରୁନଥିଲା। ମନିକଣ୍ଟ୍ରୋଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପ୍ଲାଟଫର୍ମ ଫିକୁ ଏବେ ଜମାଟୋ ମାତ୍ର କିଛି ୟୁଜର୍ସଙ୍କ ନିମନ୍ତେ ଲାଗୁ କରିଛି। ତେବେ ଗ୍ରୋସରୀ ଡେଲିଭରୀ ପ୍ଲାଟଫର୍ମ ବ୍ଲିଙ୍କିଟ୍ ଉପରେ ଏହାର କୌଣସି ପ୍ରଭାବ ପଡି ନାହିଁ।

{"id":827083,"sizeSlug":"full","linkDestination":"none"}

ବ୍ଲିଙ୍କିଟ୍‌ରେ କମ୍ପାନୀର ଗ୍ରସ୍ ଅର୍ଡର ଭାଲ୍ୟୁ ୪୧୫ଟଙ୍କା ରହିଛି। ଏହି ହିସାବରେ ପ୍ଲାଟଫର୍ମ ଫିଏହାର ୦.୫ ପ୍ରତିଶତ, ହୁଏତ ଏହା ଗ୍ରାହକଙ୍କ ଲାଗି ଏକ ସାମାନ୍ୟ ଦେୟ ହୋଇପାରେ ହେଲେ କମ୍ପାନୀ ନିମନ୍ତେ ଲାଭଦାୟୀ ହୋଇପାରେ। ଜୁନରେ ଶେଷ ହୋଇଥିବା ତ୍ରୈମାସିକ ସୁଦ୍ଧା କମ୍ପାନୀକୁ ୧୭.୬ କୋଟି ଅର୍ଡର ମିଳିଥିଲା। ଦୈନିକ ହିସାବରେ ଦେଖିବାକୁ ଗଲେ ପ୍ରାୟ ୨୦ଲକ୍ଷ ଅର୍ଡର । ଅର୍ଥାତ କମ୍ପାନୀକୁ ଦୈନିକ ଅର୍ଡର ଉପରେ ପ୍ଲଟଫର୍ମ ଫି ବାବଦେ ୪୦ ଲକ୍ଷ ଟଙ୍କା ମିଳିପାରିବ।   

ଜୋତା ତିଆରି କରୁଥିଲା Apple, ଗୋଟିଏ ଜୋତାର ଦାମ୍‌ରେ କିଣିପାରିବେ ୪୧ ଟି ଆଇଫୋନ୍ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.