ପାରାଦୀପ ୧୦।୧୨: ପଣ୍ୟ କାରବାରରେ ରେକର୍ଡ କଲା ପାରାଦୀପ ବନ୍ଦର । ଲଗାତର ୮ବର୍ଷ ଧରି ୧୦୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର ଅତିକ୍ରମ କଲା ପାରାଦୀପ ବନ୍ଦର । ତେବେ ଗତବର୍ଷ ତୁଳନାରେ ୪ ମିଲିୟନ ମେଟ୍ରିକ୍ ଟନ୍ ଅଧିକ ପଣ୍ୟ କାରବାର କରିବା ସହିତ ୯ ଦିନ ପୂର୍ବରୁ ୧୦୦ ଏମଏମଟି ଅତିକ୍ରମ କରିଛି ବନ୍ଦର । ଚଳିତ ଆର୍ଥିକ ବର୍ଷରେ ୧୫୦ ମିଲିୟନ ମେଟ୍ରିକ୍ ଟନ୍ ଅତିକ୍ରମ କରିବା ଲକ୍ଷ୍ୟ ରହିଥିବା ବନ୍ଦର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି ।
ଗତ ଆର୍ଥିକ ବର୍ଷରେ ୧୪୫.୩୮ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରିଥିଲା ବନ୍ଦର । ଗତବର୍ଷ ଠାରୁ ପାରାଦୀପ ବନ୍ଦର କାଣ୍ଡଲା ପୋର୍ଟକୁ ପଛରେ ପକାଇ ୧ ନମ୍ବର ମେଜର ପୋର୍ଟର ମାନ୍ୟତା ହାସଲ କରିଛି । ଏହି ସଫଳତା ପାଇଁ ବନ୍ଦରର କର୍ମଚାରୀ, ଷ୍ଟକ୍ ହୋଲ୍ଡର ଓ ଷ୍ଟିଭେଡୋର ମାନଙ୍କୁ ଧନ୍ୟବାଦ ଦେଇଛନ୍ତି ବନ୍ଦର ଅଧ୍ୟକ୍ଷ ପିଏଲ ହାରାନାଦ ।
You Can Read:
ଦୂର ହେବ ଭୁବନେଶ୍ବରର ଟ୍ରାଫିକ୍ ସମସ୍ୟା : ଫ୍ଲାଇଓଭର, ରିଙ୍ଗ ରୋଡ଼୍ ନିର୍ମାଣ ପାଇଁ ଯୋଜନା