ସୁନା ନେଇ ଦେଇଗଲେ ନକଲି ଟଙ୍କା, ୧.୩୦ କୋଟି ନୋଟରେ ବାପୁଙ୍କ ସ୍ଥାନରେ ଅନୁପମ ଖେରଙ୍କ ଫଟୋ

Published By : Prameya-News7 Bureau | September 30, 2024 IST

ଅହମଦାବାଦ ୩୦/୦୯: ଗୁଜୁରାଟର ଅହମ୍ମଦାବାଦର ସରୋଫା ବଜାରରେ କୋଟି କୋଟି ଟଙ୍କାର ଠକେଇ । ସାମ୍ନାକୁ ଆସିଛି ଏମିତି ଅଦ୍ଭୁତ ଘଟଣା । ଏଠାରେ କିଛି ଦୁର୍ବୃତ୍ତ ୧ କୋଟି ୯୦ ଲକ୍ଷ ଟଙ୍କା ଦେଇ ୨୧୦୦ ଗ୍ରାମ ସୁନା ନେଇ ଫେରାର୍ ହୋଇଛନ୍ତି । ଦୁର୍ବୃତ୍ତମାନନେ ବ୍ୟବସାୟୀଙ୍କୁ ଦେଇଥିବା ଏତେ ପରିମାଣର ଟଙ୍କା ସବୁ ନକଲି ଥିବା ଅଭିଯୋଗ ହୋଇଛି । 

କାରଣ ସବୁ ନୋଟ୍‌ରେ ବଲିଉଡ ଅଭିନେତା ଅନୁପମ ଖେରଙ୍କ ଫଟୋ ଛପା ଯାଇଥିଲା । ଏହି ନୋଟ୍ ଦେଖିବା ପରେ ସୁନା ବ୍ୟବସାୟୀ ମାନେ ଆଶ୍ଚର୍ଯ୍ୟ ହୋଇଯାଥିଲେ । ଏହା ପରେ ପୋଲିସ ନିକଟରେ ପହଞ୍ଚିଲା ଅଭିଯୋଗ । ସେପଟେ ପୋଲିସ ବି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଖୋଳତାଡ ଚଳାଇଛି । 

ସୂଚନା ଥାଉକି, ଅହମ୍ମଦାବାଦର ସିଜି ରୋଡରେ ଥିବା ନକଲି ଅଙ୍ଗଡ଼ିଆ ଫାର୍ମ ମାମଲାରେ ଅଭିନେତା ଅନୁପମ ଖେରଙ୍କ ଫଟୋ ଥିବା ଦେଖିବାକୁ ମିଳିଥିଲା । ସିସିଟିଭି ଫୁଟେଜ ଆଧାରରେ କ୍ରାଇମ ବ୍ରାଞ୍ଚ ଟିମ୍ ତିନି ଅଭିଯୁକ୍ତଙ୍କୁ ଖୋଜୁଛି। ସିଜି ରୋଡରେ ଅବସ୍ଥିତ ଲକ୍ଷ୍ମୀ ଜୁଏଲର୍ସର ମ୍ୟାନେଜର ପ୍ରଶାନ୍ତ ପଟେଲ ସରୋଫା ବ୍ୟବସାୟୀ ମେହୁଲ ଠାକୁରଙ୍କୁ ପଟେଲ କଣ୍ଟିଲାଲ ମଦନଲାଲ ଅଙ୍ଗାଡିଆ ଫାର୍ମକୁ ୨୧୦୦ ଗ୍ରାମ ସୁନା ଦେବାକୁ କହିଥିଲେ। 

ମେହୁଲ ଠାକୁର ତାଙ୍କ କର୍ମଚାରୀ ଭାରତ ଯୋଶୀଙ୍କୁ ୨୧୦୦ ଗ୍ରାମ ସୁନା ଅଙ୍ଗାଡିଆ ଫାର୍ମକୁ ପଠାଇଥିଲେ । ଭରତ ଯୋଶୀ ସେଠାରେ ପହଞ୍ଚିବା ପରେ ସେ ଜଣେ ବ୍ୟକ୍ତିଙ୍କୁ ଟଙ୍କା ଗଣିବାକୁ ମେସିନ ଦେଇଥିଲେ । ଦ୍ୱିତୀୟ ବ୍ୟକ୍ତି ଭରତ ଯୋଶୀଙ୍କଠାରୁ ସୁନା ନେଇଥିଲେ । ତୃତୀୟ ବ୍ୟକ୍ତି କହିଥିଲେ ମେସିନରେ ଗଣିବା ପରେ ବ୍ୟାଗରେ ୧.୩୦ କୋଟି ଟଙ୍କା ଥିଲା । କିନ୍ତୁ ବାକି ୩୦ ଲକ୍ଷ ଟଙ୍କା ଟଙ୍କା ଆଣି ଦେଉଛୁ । ଏହା ପରେ ଭରତ ଯୋଶୀଙ୍କ ଆଖିରେ ଧୂଳି ଦେଇ ୩ ଅଭିଯୁକ୍ତ ସେଠାରୁ ଛୁ ମାରିଥିଲେ । 

ଯେତେବେଳେ କର୍ମଚାରୀ ବ୍ୟାଗରୁ ୫୦୦ଟଙ୍କିଆ ବଣ୍ଡଲ ବାହାର କଲେ । ସେତେବେଳେ ଯାହା ଦେଖିଥିଲେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । କାରଣ ବ୍ୟାଗରେ ଥିବା ସମସ୍ତ ୫୦୦ ଟଙ୍କିଆ ନୋଟ୍‌ରେ ମହାତ୍ମା ଗାନ୍ଧୀଙ୍କ ପଟୋ ବଦଳରେ ଥିଲା ଅନୁପମ ଖେରଙ୍କ ଫଟୋ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବଦଳରେ ଲେଖାଥିଲା ରେଜୋଲ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଯେଉଁଥିରୁ ଜଣାପଡିଥିଲା କି ଏହି ସବୁ ନୋଟ୍ ନକଲି । ଅଭିଯୋଗ ପରେ ପୋଲିସ ବର୍ତ୍ତମାନ ଅଭିଯୁକ୍ତକୁ ଖୋଜୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.