ଏମ୍ସରେ ବଡ଼ ଧରଣର ନିଯୁକ୍ତି ଘୋଟାଲା ! ଫେକ୍ ସାର୍ଟିଫିକେଟ୍ ଚାକିରି ହାତେଇଥିବା ଅଭିଯୋଗ

Published By : Prameya-News7 Bureau | February 19, 2025 IST

News7

ଭୁବନେଶ୍ୱର: ଏମ୍ସରେ ନିଯୁକ୍ତିରେ ଘୋଟାଲା। ଘୋଟାଲା ଅଭିଯୋଗ ପାଇବା ପରେ ସିବିଆଇର ଚଢାଉ। ବିନା କାଗଜପତ୍ର ଯାଞ୍ଚରେ ପାଞ୍ଚ ଜଣଙ୍କୁ ନିଯୁକ୍ତି ମିଳିଥିବା ଅଭିଯୋଗ ହୋଇଛି। ଏମ୍ସର ଏକାଡେମିକ ବିଲଡିଙ୍ଗର ତୃତୀୟ ମହଲାରେ ଥିବା ନିଯୁକ୍ତି ବିଭାଗରେ ଖୋଳତାଡ କରିଛି ସିବିଆଇ। ଫେକ ସାର୍ଟିଫିକେଟ ଦେଇ ପାଞ୍ଚଜଣ ଏମ୍ସରେ ଚାକିରି ପାଇଥିବା ଅଭିଯୋଗ ହୋଇଥିଲା। 

ଫେକ ସାର୍ଟିଫିକେଟ ଦେଇ ଚାକିରି ହାତେଇଥିବା ନେଇ ସିବିଆଇରେ ଅଭିଯୋଗ ହୋଇଥିଲା। ଗତ କିଛିଦିନ ତଳେ ସାନିଟାରୀ ଇର୍ପେକ୍ଟର ପୋଷ୍ଟରେ ନିଯୁକ୍ତି ପାଇଥିଲେ ରାଜଶ୍ରୀ ପଣ୍ଡା ଓ ସଂଗ୍ରାମ ମିଶ୍ର। ସେହିଭଳି ଏମଆରଡି ଟେକନିସିଆନ ଭାବେ ନିଯୁକ୍ତି ପାଇଥିଲେ ସମ୍ବିତ ମିଶ୍ର ଓ ସାଇ ସାଗର କର। ସେହିଭଳି ଏଡିସିଏଲର ସ୍ମୃତି ସାଗର କରଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଥିଲା। ଭାରତ ସରକାରଙ୍କର ଏକ ନିଯୁକ୍ତି ସଂସ୍ଥା ଏହି ନିଯୁକ୍ତି ପାଇଁ  ଦରଖାସ୍ତ ଆହ୍ବାନ କରିଥିଲା। 

ଏଥିପାଇଁ ଓକାକରେ କମ୍ପ୍ୟୁଟର ଟେଷ୍ଟ ପରୀକ୍ଷା ମଧ୍ୟ କରାଯାଇଥିଲା। ହେଲେ ସିବିଆଇ ପାଖରେ ଅଭିଯୋଗ ଥିଲା ଫେକ ସାର୍ଟିଫିକେଟ ଦେଇ ଏମାନେ ନିଯୁକ୍ତି ପାଇଥିଲେ। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କାର କାରବାର ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ସିବିଆଇ ଏମ୍ସର ନିଯୁକ୍ତି ବିଭାଗରେ ଦୀର୍ଘ ସମୟ ଧରି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲା। ଏମ୍ସର ନିଯୁକ୍ତି ବିଭାଗର କିଛି କମ୍ପ୍ୟୁଟର ଲାପଟପ ଓ ବିଭିନ୍ନ ନିଯୁକ୍ତି ସମ୍ବନ୍ଧୀୟ କାଗଜପତ୍ର ନିଜ ଅକ୍ତିଆରକୁ ନେଇଛି। ତେବେ ଏହି ନିଯୁକ୍ତିରେ ପ୍ରକୃତରେ କିଏ କିଏ ଫେକ କାଗଜପତ୍ର ଦେଇ ଚାକିରି କରିଛନ୍ତି ତାର ପୁରା ଇତିହାସ ଖୋଜୁଛି ସିବିଆଇ। କାରଣ ଏହି ନିଯୁକ୍ତିରେ ୭୭୪ ଜଣ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.