ଚଳିତ ବର୍ଷର ଅମରନାଥ ଯାତ୍ରା ଜୁଲାଇ ୧ ରୁ ଆରମ୍ଭ ହୋଇଛି । ବାବା ଅମରନାଥଙ୍କ ଭକ୍ତମାନେ ପହଲଗାମ ଏବଂ ବାଲଟାଲ ଦେଇ ପବିତ୍ର ଗୁମ୍ଫାକୁ ଯାଇଛନ୍ତି। ହେଲେ ବର୍ତ୍ତମାନ ସାମୟିକ ଭାବେ ସ୍ଥଗିତ ହୋଇଛି ଅମରନାଥ ଯାତ୍ରା । ଖରାପ ପାଗ ଯୋଗୁଁ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଯାତ୍ରା ସ୍ଥଗିତ ହେବା ଦ୍ୱାରା ପ୍ରାୟ ୬ହଜାର ଅମରନାଥ ଶ୍ରଦ୍ଧାଳୁ ରାମବନରେ ଫଶି ରହିଛନ୍ତି । ପ୍ରବଳ ବର୍ଷା ହେବା ଫଳରେ ତୀର୍ଥଯାତ୍ରୀ ଆଗକୁ ଯାତ୍ରା କରିପାରିନାହାନ୍ତି ।
wp:embed {"url":"https://www.prameyanews7.com/amarnath-yatra-first-batch-will-worship-baba-barfani/","type":"wp-embed","providerNameSlug":"prameya-news-7"} /wp:embedଯାତ୍ରୀଙ୍କୁ ଯେପରି କୌଣସି ସମସ୍ୟା ନହେବ, ସେଥିପ୍ରତି ଜିଲ୍ଲା ପ୍ରଶାସନ ଯଥାସମ୍ଭବ ପଦକ୍ଷେପ ଉଠାଉଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଦୁଇଦିନ ଜମ୍ମୁ-କାଶ୍ମୀରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହା ବ୍ୟତୀତ ଉଭୟ ମାର୍ଗରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜୁଲାଇ ୧ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଥିଲା ବେଳେ ଅଗଷ୍ଟ ୩୧ରେ ଶେଷ ହେବ ।
wp:embed {"url":"https://www.prameyanews7.com/amarnath-yatra-2023-jammu-kashmir-lg-manoj-sinha-inaugurated-two-100-bed-hospitals/","type":"wp-embed","providerNameSlug":"prameya-news-7"} /wp:embed