ମୋଷ୍ଟୱାଣ୍ଟେଡ ଓ ପଳାତକଙ୍କୁ ଆଉ ନିସ୍ତାର ନାହିଁ, ଆସିଗଲା ପୋର୍ଟାଲ ଭାରତପୋଲ୍

Published By : Prameya-News7 Bureau | January 07, 2025 IST

ନୂଆଦିଲ୍ଲୀ ୭/୧:ମୋଷ୍ଟୱାଣ୍ଟେଡ ଓ ପଳାତକଙ୍କୁ ଆଉ ନିସ୍ତାର ନାହିଁ । ଅପରାଧୀଙ୍କୁ ସାବାଡ କରିବ ପୋର୍ଟାଲ ଭାରତପୋଲ୍‌ । ମଙ୍ଗଳବାର ଭାରତ ମଣ୍ଡପମରେ ଏହି ପୋର୍ଟାଲର ଲଞ୍ଚ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭାରତପୋଲ୍‌ ଏକ ସାଧାରଣ ପୋର୍ଟାଲ । ଏହା ମାଧ୍ୟମରେ ଯେକୌଣସି ପ୍ରକାର ଆତଙ୍କବାଦୀ ଘଟଣା,ଗୁରୁତର ଅପରାଧ,ନାର୍କୋ ଓ ସାଇବର ଅପରାଧରେ ଜଡିତ ଅପରାଧୀଙ୍କ ନିକଟରେ ପହଞ୍ଚିବା ସହଜ ହେବ । 

ପୋର୍ଟାଲରେ ସିବିଆଇ,ଇଡି,ଏନ୍‌ଆଇଏ ଓ ସମସ୍ତ ରାଜ୍ୟର ପୋଲିସ ଭଳି ସବୁ ଅନୁସନ୍ଧାନକାରୀ ସଂସ୍ଥା ସାମିଲ ହେବେ । ସେମାନେ ପରସ୍ପର ସହ ସଂପର୍କରେ ରହିବେ । ପୋର୍ଟାଲ ଆରମ୍ଭର ଉଦ୍ଦେଶ୍ୟ ହେଉଛି ଇଣ୍ଟରପୋଲ ସହ ଭାରତୀୟ ସୁରକ୍ଷା ଏଜେନ୍ସିର ସମନ୍ବୟକୁ ସହଜ କରିବା । ଏବେ ରାଜ୍ୟଗୁଡିକର ପୋଲିସ ମଧ୍ୟ ଏହାର ସୁବିଧା ଉଠାଇପାରିବେ । ଏହି ପୋର୍ଟାଲ ମାଧ୍ୟମରେ କୌଣସି ଅପରାଧୀଙ୍କ ବିଷୟରେ ସୂଚନା ପାଇଁ ସିଧାସଳଖ ଇଣ୍ଟରପୋଲ୍‌କୁ ଅନୁରୋଧ କରିପାରିବେ । 

ପୂର୍ବରୁ ରାଜ୍ୟମାନଙ୍କୁ ଏଥିପାଇଁ ସିବିଆଇରେ ଆବେଦନ କରିବାକୁ ପଡୁଥିଲା । ସିବିଆଇ ଏହାକୁ ଇଣ୍ଟରପୋଲକୁ ପଠାଉଥିଲା । ବର୍ତ୍ତମାନ ଏହି କାମ ସିଧାସଳଖ ହେବ । ସାଧାରଣତଃ ୱାଣ୍ଟେଡ ଅପରାଧୀମାନେ ଆତଙ୍କବାଦୀ କାର୍ଯ୍ୟକଳାପ,ସାଇବର ଅପରାଧ,ବ୍ୟାଙ୍କ ଠକେଇ ଏମିତି ଯେକୌଣସି ପ୍ରକାର ଅପରାଧ କରି ବିଦେଶକୁ ପଳାନ୍ତି ଅପରାଧୀ । ସେଠାରେ ବସି ଅପରାଧର ନେଟୱର୍କ ଚଲାନ୍ତି । ଏବେ ଏହି ଅପରାଧୀଙ୍କ ଉପରେ ଭାରତପୋଲ୍‌ ପୋର୍ଟାଲ ଜରିଆରେ ଲଗାମ ଦେଇହେବ । 

  • new delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.