କିମ୍ବଦନ୍ତୀ ସ୍ପିନରଙ୍କ ପାଇଁ ଖାସ୍‌ ଏହି ଜନ୍ମଦିନ, ଆଗାମୀ ବର୍ଷ ଭାଙ୍ଗିପାରେ ବଡ ରେକର୍ଡ

Published By : Prameya-News7 Bureau | October 17, 2024 IST

ନୂଆଦିଲ୍ଲୀ ୧୭।୧୦: ଟିମ୍‌ ଇଣ୍ଡିଆର କିମ୍ବଦନ୍ତୀ ପ୍ଲେୟର ଅନିଲ କୁମ୍ବଲେ । ୫୪ ବର୍ଷରେ ପାଦ ଦେଇଛନ୍ତି । କୁମ୍ବଲେଙ୍କ ପାଇଁ ଏହି ଜନ୍ମଦିନ ବହୁତ ସ୍ପେଶାଲ । କାରଣ ତାଙ୍କର ପରବର୍ତ୍ତୀ ଜନ୍ମଦିନରେ ଭାଙ୍ଗିପାରେ ଏକ ଐତିହାସିକ ରେକର୍ଡ ।  ବାସ୍ତବରେ କୁମ୍ବଲେ ଭାରତ ପାଇଁ ଟେଷ୍ଟ କ୍ରିକେଟରେ ନେଇଛନ୍ତି ସର୍ବାଧିକ ୱିକେଟ୍ । ଯାହା ଏକ ବଡ ରେକର୍ଡ । ସେ ୧୩୨ଟି ଟେଷ୍ଟ ମ୍ୟାଚରେ ନେଇଛନ୍ତି ୬୧୯ଟି ୱିକେଟ୍ । ନିଜ ଟେଷ୍ଟ କ୍ୟାରିୟରରେ କୁମ୍ବଲେ ୩୫ଥର ଗୋଟିଏ ଇନିଂସରେ ପାଞ୍ଚଟି ଲେଖାଏଁ ୱିକେଟ୍ ନେଇଥିଲେ । ୨୭୧ଟି ODIରେ ସେ ୩୩୭ଟି ୱିକେଟ୍ ନେଇଛନ୍ତି । 

୬୧୯ଟି ଟେଷ୍ଟ ୱିକେଟର ଏହି ରେକର୍ଡକୁ ବର୍ତ୍ତମାନ ଟିମ୍‌ ଇଣ୍ଡିଆର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ବୀନ ଭାଙ୍ଗିପାରନ୍ତି । ଅଶ୍ବିନ ୧୦୨ଟି ଟେଷ୍ଟ ମ୍ୟାଚ ଖେଳି ନେଇଛନ୍ତି ୫୨୭  ୱିକେଟ୍ । କିନ୍ତୁ ଅଶ୍ୱିନଙ୍କୁ ବର୍ତ୍ତମାନ ୩୮ ବର୍ଷ ବୟସ । ସେ ଆଗକୁ ଅନେକ ଟେଷ୍ଟ ମ୍ୟାଚ୍‌ ଖେଳିପାରନ୍ତି । ଆଉ ଭାଙ୍ଗି ପାରନ୍ତି ଏହି ରେକର୍ଡ । ତେବେ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିବା ପାଇଁ ଅଶ୍ୱିନ୍ଙ୍କର ଆବଶ୍ୟକ ରହିଛି ୯୨ ୱିକେଟ୍ ।

ୱିକେଟ୍ ନେବାରେ ଅଶ୍ୱିନଙ୍କ ସ୍ପିଡ୍‌ ଶାନଦାର୍‌ ରହିଛି । ସେ କେବଳ ୯୮ଟି ଟେଷ୍ଟ ମ୍ୟାଚରେ ୫୦୧ ୱିକେଟ୍ ନେଇଥିଲେ । ଏହାପରେ ସେ ପରବର୍ତ୍ତୀ ୪ଟି ଟେଷ୍ଟ ମ୍ୟାଚରେ ନେଇଥିଲେ ୨୬ଟି ୱିକେଟ୍ । ଯଦି ଅଶ୍ୱିନ୍ ଏହି ସ୍ପିଡ୍ ଜାରି ରଖନ୍ତି, ତେବେ ସେ ଆସନ୍ତା ବର୍ଷ ୫୫ତମ ଜନ୍ମଦିନ ପୂର୍ବରୁ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିପାରିବେ । ଅଶ୍ୱିନ ଯେତେବେଳେ ତାଙ୍କର ୫୦୦ ଟେଷ୍ଟ ୱିକେଟ୍ ଶେଷ କରିଥିଲେ ସେତେବେଳେ କୁମ୍ବଲେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ତାଙ୍କୁ ୬୧୯  ୱିକେଟ୍ରୁ ଅଧିକ ଓ୍ବିକେଟ ନେଇ ରେକର୍ଡ ଭାଙ୍ଗିବାକୁ ପଡିବ । ଏହାବ୍ୟତୀତ ୭୦୦ ୱିକେଟ୍ ହାସଲ କରିବାକୁ କହିଥିଲେ ।

ତେବେ କୁମ୍ବଲେଙ୍କ ଆଗାମୀ ଜନ୍ମଦିନ ପୂର୍ବରୁ ଅଶ୍ୱିନ ଅତି କମରେ ୧୫ଟି ଟେଷ୍ଟ ମ୍ୟାଚ୍ ଖେଳିବେ । ଯଦି ଏପରି ହୁଏ ତେବେ ସେ ଆନୁମାନିକ ୪ଟି ଟେଷ୍ଟରେ ୨୬ଟି ଓ୍ବିକେଟ ନେଲେ ପରବର୍ତ୍ତୀ ୧୫ଟି ମ୍ୟାଚ୍‌ରେ ଅଶ୍ୱିନ୍ ନେଇପାରିବେ ୯୨ଟି ଓ୍ବିକେଟ । ଆଉ ସହଜରେ ଭାଙ୍ଗିପାରିବେ କୁମ୍ବଲେଙ୍କ ରେକର୍ଡ । କୁମ୍ବଲେଙ୍କ ନାଁରେ ଅନେକ ରେକର୍ଡ ରହିଛି । କିନ୍ତୁ ତାଙ୍କର ଏକ ଐତିହାସିକ ରେକର୍ଡ ହେଉଛି ଗୋଟିଏ  ଇନିଂସରେ ୧୦ଟି ୱିକେଟ୍ ନେବା । 

୧୯୯୯ରେ ଦିଲ୍ଲୀରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ କରିଥିଲେ ଏହି କାରନାମା । ଏହାପରେ କୁମ୍ବଲେ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନର ପାଳିରେ ନେଇଥିଲେ ୧୦ଟି ଓ୍ବିକେଟ । ଅନିଲ କୁମ୍ବଲେ ୧୯୯୦ରେ ଟେଷ୍ଟ ଡେବ୍ୟୁ କରିଥିବା ବେଳେ  ସେ ୨୦୦୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ ନିଜର ଶେଷ ଟେଷ୍ଟ ମ୍ୟାଚ୍ । କୁମ୍ବଲେ ୨୦୦୭ରେ ଖେଳିଥିଲେ ତାଙ୍କର ଶେଷ ODI ମ୍ୟାଚ୍ । ସେ ଟିମ୍‌ ଇଣ୍ଡିଆର କୋଚ୍‌ ମଧ୍ୟ ରହିସାରିଛନ୍ତି ।  

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.